ପ୍ରଚାର ମଇଦାନରେ ସୁଦାମ ଓ ଦେବାଶିଷଙ୍କ ଶକ୍ତି ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସାରସକଣା ନିର୍ବାଚନ ମଣ୍ଡଳୀରେ ଜମୁଛି ପ୍ରଚାର ମଇଦାନ। ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ନେଇ ବିଜେଡିର ସାଂସଦ ପ୍ରାଥି ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରାଥି ଦେବାଶିଷ ମାରାଣ୍ଡି ପ୍ରଚାର କରିଛନ୍ତି। ଯାହାକି ପ୍ରଚାର ମଇଦାନକୁ ସରଗରମ କରିଛି। ଦୁଇ ହେବୱେଟ ନେତା ବିଶୋଇରେ ଗୁରୁବାର ଅପରାହ୍ନରେ ବିଶୋଇ ବ୍ଲକ ବିଜେଡି କର୍ମୀ ମାନଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଦିବାସୀ ପାରମ୍ପରିକ ନୃତ୍ୟ ସମେତ ହଜାର ହଜାର ବାଇକର ବିରାଟ ଶୋଭାଯାତ୍ରାରେ ବିଜେଡି କର୍ମୀ ମାନେ ପାଛୋଟି ନେଇଥିଲେ। ବିଶୋଇ ଡାକ ବଙ୍ଗଳା ଛକ ନିକଟରୁ ବିଶୋଇ ବିର୍ସା ମୁଣ୍ଡା ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ଏଥିପରେ ସୁଦାମ ଓ ଦେବାଶିଷ ସମେତ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ଦଳର ଅନ୍ୟ ତୁଙ୍ଗ କର୍ମୀ ଗଣ ବିର ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପ୍ରଚାର ଗାଡ଼ିରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ସହିତ ରାଜ୍ୟସଭା ସାଂସଦ ମମତା ମହାନ୍ତ ହଜାର ହଜାର ଯୁବ, ମହିଳା ଓ ବିଜେଡି ପ୍ରେମୀ କର୍ମୀଙ୍କ ଗହଣରେ ବଡ଼ ରୋଡ଼ ସୋ କରି ବିଶୋଇ ବ୍ଲକ ଛକରେ ପହଞ୍ଚିଥିଲେ। ବ୍ଲକ ଛକ ନିକଟସ୍ଥ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ସମସ୍ତ ନେତୃବୃନ୍ଦ। ଓଡିଶା ଲୋକଙ୍କ ସିଙ୍ଗଲ କିମ୍ବା ଡବଲ ଇଞ୍ଜିନ ଦରକାର ନାହିଁ ଏଠି ନବୀନ ଇଞ୍ଜିନ ସବୁଠୁ ଶକ୍ତିଶାଳୀ। ଏଥର ନିର୍ବାଚନରେ ଯୋଡିଏ ଶଙ୍ଖ ଚିହ୍ନରେ ଭୋଟ ବଟନ ଦେବା ପାଇଁ କହିଥିଲେ ଦୁଇ ପ୍ରାର୍ଥୀ। ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ହେଲେ ଏଥରବି ରାଜ୍ୟରେ ନବୀନ ସରକାରଙ୍କ ହାତ ମୁଠା ଟାଣ କରିବା ପାଇଁ ସାଂସଦ ମମତା ମହାନ୍ତ ବ୍ୟକ୍ତବ ରଖିଥିଲେ।ଦରଦାମ ନିୟନ୍ତ୍ରଣରେ ବିଜେପି ସରକାର ଫେଲ ମାରିଥିବା ବେଳେ ଗ୍ୟାରେଣ୍ଟି ନାମରେ ଜନତାଙ୍କୁ ବିଜେପି ମିଛ ପ୍ରତିଶ୍ରୁତି ଦେଇଛି। ବେରୋଜଗାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଭାରତବର୍ଷରେ ଚିନ୍ତାର କାରଣ ସାଜିଛି ବୋଲି କହିଛନ୍ତି।

ପ୍ରଥମେ ୨୦୧୪ ନିର୍ବାଚନରେ ପ୍ରତିବର୍ଷ ୨ କୋଟିଙ୍କୁ ଚାକିରୀ ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇ ତାହାକୁ ପୂରଣ କରିନାହାନ୍ତି। ଚାଷୀଙ୍କ ଆୟ ଦ୍ବିଗୁଣ ଗ୍ୟାରେଣ୍ଟି ଦେଇଥିବା ବିଜେପି ସରକାର ଫେଲ ମାରିଛି। ମହିଳା ମାନଙ୍କ ସଂରକ୍ଷଣ ଦେବାରେ ମଧ୍ୟ ବିଜେପି ପଛରେ ପଡିଥିବା ବେଳେ ବିଜେଡି ସରକାର ଓଡ଼ିଶାରେ ୩୩ପ୍ରତିଶତ ସଂରକ୍ଷଣକୁ ଲାଗୁ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘର କୋଣର ମହିଳାଙ୍କୁ ବାହାରକୁ ଆଣି ଆଜି ସ୍ୱାବଲମ୍ବୀ କରିଛନ୍ତି। ତେଣୁକରି ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇ ଉଭୟ ବିଧାୟକ ଓ ସାଂସଦ ପାଇଁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ନିର୍ବାଚନ ମଣ୍ଡଳୀରେ ଅନବରତ ଜାରି ରଖିବା ପାଇଁ ସଦା କାର୍ଯ୍ୟରତ ରହିବେ ବୋଲି ଉଭୟ ପ୍ରାଥି ପ୍ରତିଶ୍ରୁତି ଦେଇଛନ୍ତି। ଲୋକ ମାନଙ୍କ ତାଙ୍କ ପ୍ରତି ଥିବା ଭଲ ପାଇବାକୁ ପାଥେୟ କରି ଆଗାମୀ ନିର୍ବାଚନ ରଣାଙ୍ଗନକୁ ଅବତୀର୍ଣ୍ଣ ହୋଇଛନ୍ତି। ସାଧାରଣ ଲୋକ ସ୍ୱରକୁ ନେଇ ସଂସଦ ଓ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ଲୋକଙ୍କ ଆର୍ଶୀବାଦ ଲୋଡ଼ିଛନ୍ତି।

Leave A Reply

Your email address will not be published.