ଦୁବୁଲାବେଡାରେ ସୁବର୍ଣ୍ଣ ଜୟନ୍ତୀ ଟୁସୁ ମେଳା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁବୁଲାବେଡା ରେ ସୁବର୍ଣ୍ଣ ଜୟନ୍ତୀ ଟୁସୁ ମେଳା ଅନୁଷ୍ଠିତ | ମୟୂରଭଞ୍ଜର ଗଣପର୍ବ ମକର | ଏହି ପରବରେ କୁଡୁମୀ ସଂପ୍ରଦାୟ ଲୋକେ ଆନନ୍ଦ ଉଲ୍ଲାସରେ ଟୁସୁ ଦେବୀ ପୂଜାର୍ଚ୍ଚନା କରିଥାନ୍ତି ଓ ବଡ ଆନନ୍ଦ ପ୍ରମୋଦରେ ଟୁସୁ ମେଳା ଆୟୋଜିତ କରିଥାନ୍ତି | ସୂଚନାଯୋଗ୍ୟ, ଟୁସୁ ଦେଉଛନ୍ତି ରାଜରାଜୁଡା ସମୟରେ ନିଜ ଆତ୍ମସମ୍ମାନ ରକ୍ଷା କରିବା ନଦୀରେ ଝାସ ଦେଇଥିଲେ ବୋଲି ଜନଶ୍ରୃତି ରହିଛି |

ରାଇରଙ୍ଗପୁର ସହରସ୍ତ ଦୁବୁଲାବେଡା ଗ୍ରାମରେ ଥିବା ଜନ କଲ୍ୟାଣ ଯୁବକ ସଂଘ ଆନୁକୂଲ୍ୟରେ ସୁବର୍ଣ୍ଣ ଜୟନ୍ତୀ ଟୁସୁ ମେଳା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବଡ, ସାନ ଓ ଚୌଡଲ ଟୁସୁ ଦଳ ଗଣ ଯୋଗ ଦେଇଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମ ଦେଖିବା ପାଇଁ ସ୍ଥାନୀୟ ତଥା ଆଖପାଖର ଲୋକେ ବହୁ ସଂଖ୍ୟାରେ ଉପସ୍ଥିତ ହୋଇଥିଲେ | ଏଥିରେ କଲରାବଣି ୧ମ, ସମିଳିନାଳି ୨ୟ ଓ ବାଇଦାପୋଷି ୩ୟ ହୋଇଥିବା ବେଳେ ଚୌଡଲ ଟୁସୁ ମଧ୍ୟରେ ୧ମ ଡାହାଣିମାରୀ, ୨ୟ ପାଣପୋଷି ଓ ୩ୟ ବଡବାଇକଳା ଟୁସୁ ଦଳଙ୍କୁ ପୁରସ୍କୃତ କରାଯାଇଥିଲା |

ଏହାବ୍ୟତୀତ ଅନ୍ୟ ସମସ୍ତଟୁସୁ ମାନଙ୍କୁ ସାନ୍ତ୍ବନାମୂଳକ ପୁରସ୍କାର ଦିଆଯାଇଥିଲା | ଏହି ଅବସରରେ ସଂଘର ପୁରୁଖା ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା | ଉକ୍ତ ଭବ୍ୟ ମେଳାରେ ସଭାପତି ଶ୍ରୀଯୁକ୍ତ ବାବୁରାମ ମହାନ୍ତ, ସଂପାଦକ ଶ୍ରୀଯୁକ୍ତ ହରମୋହନ ମହାନ୍ତ ତଥା ଅନ୍ୟାନ୍ୟ କାର୍ଯ୍ୟକାରୀ ସଦସ୍ୟଗଣ ବୁଲେଟ୍, ଦୀପକ, ପ୍ରଭାସ, ବିଭୁ, ଶଙ୍କର , ମାଧବ, ଦିଲ୍ଲୀପ, ବେଣୁ ଓ ଅଶ୍ବିନୀ ତଥା ଅନ୍ୟମାନେ ପରିଚାଳନା କରିଥିଲେ |

Leave A Reply

Your email address will not be published.