ଇ.ଭି.ଏମ ଏବଂ ଭିଭି ପ୍ୟାଟ ପ୍ରଦର୍ଶନ କେନ୍ଦ୍ର ସହିତ ଭୋଟର ସଚେତନତା ଭ୍ୟାନ ଉଦଘାଟନ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ଠାରେ ଇ.ଭି.ଏମ ଏବଂ ଭିଭି ପ୍ୟାଟ ପ୍ରଦର୍ଶନ କେନ୍ଦ୍ର ସହିତ ଭୋଟର ସଚେତନତା ଭ୍ୟାନ ଉଦଘାଟନ | ନିର୍ବାଚନ ଆଉ କିଛିମାସ ପରେ ହେବାର ସମ୍ଭାବନା ଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ଭୋଟର ମାନେ କିପରି ଇଭିଏମ ମେସିନ ସାହାର୍ଯ୍ୟରେ ଭୋଟଦାନ କରିପାରିବେ ସେନେଇ ଭାରତ ନିର୍ବାଚନ କମିଶନଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପ୍ରତ୍ୟେକ ଉପଜିଲାପାଳ ମାନଙ୍କୁ ଇଭିଏମ ବଣ୍ଟନ କରାଯାଇଛି |

ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ତରଫରୁ ସମସ୍ତ ଜିଲ୍ଲା କୁ ଇଭିଏମ ମେସିନ ଡେମ ପାଇଁ ପଠାଯାଇଥିବା ବେଳେ ଆଜି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ପାଞ୍ଚପୀଡ଼ ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଇ.ଭି.ଏମ ଏବଂ ଭିଭି ପ୍ୟାଟ ପ୍ରଦର୍ଶନ କେନ୍ଦ୍ର ସହିତ ଭୋଟର ସଚେତନତା ଭ୍ୟାନ ଉଦଘାଟନ ହୋଇଯାଇଛି | ତେବେ ଆଜି ପ୍ରାୟ ୧୨ ଘଟିକା ୩୦ ମିନିଟ ସମୟରେ ମୟୁରଭଞ୍ଜ ଜିଲ୍ଲାପାଳ ବିନତି ଭରତ୍ଵାଜ ସର୍ବ ପ୍ରଥମେ ଇ.ଭି.ଏମ ଏବଂ ଭିଭି ପ୍ୟାଟ ପ୍ରଦର୍ଶନ କେନ୍ଦ୍ର କୁ ଫିତାକାଟି ଉଦଘାଟନ କରିବା ପରେ ଭୋଟର ସଚେତନତା ଭ୍ୟାନକୁ ସବୁଜ ପତାକା ଦେଖେଇବା ପରେ ସଚେତନତା ଭ୍ୟାନ ଆଗକୁ ବଢିଥିଲା | ଏହି ଇ.ଭି.ଏମ ଏବଂ ଭୋଟର ସଚେତନତା ଭ୍ୟାନ ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ରହି ପ୍ରତି ପଞ୍ଚାୟତ ଏବଂ ଗାଁଗାଁ ବୁଲି ଏହା ବାବଦକୁ ଭୋଟରଙ୍କୁ ସଚେତନତା କରିବ ବଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି |

ତେବେ ଏହି ଉଦଘାଟନ ସମୟରେ ମୟୁରଭଞ୍ଜ ଏସପି ଏସ. ସୁଶ୍ରୀ , ପାଞ୍ଚପୀଡ଼ ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ସହକାରୀ ଜିଲ୍ଲାପାଳ ନିହାର ରଞ୍ଜନ ସେଠୀ,ତହସିଲଦାର ଦିବାକର ମାଝୀ, ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, କରଞ୍ଜିଆ ଥାନା ଅଧିକାରୀ ନିରଜ କୁମାର ମଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ତେବେ ଏହି ସଚେତନତା ପାଇଁ ଉପଖଣ୍ଡ ନିର୍ବାଚନ କାର୍ଯ୍ୟାଳୟରେ ୧୭ ଗୋଟି ଇଭିଏମ ମେସିନ ଥିବା ବେଳେ । ଏହି ଇଭିଏମ ମେସିନ ଯଶିପୁର ନିର୍ବାଚନ ମଣ୍ଡଳୀର ୨୯୨ ଗୋଟି ଓ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ୨୪୧ ଗୋଟି ବୁଥର ମତଦାତଙ୍କୁ ଭୋଟିଂ ବାବଦକୁ ସଚେତନ କରିବ। ଉପଖଣ୍ଡର କରଞ୍ଜିଆ , ଯଶିପୁର, ରରୁଆଁ, ଶୁକୃଳି ଓ ଠାକୁରମୁଣ୍ଡା, ପାଇଁ ନୋଡାଲ ଅଧିକାରୀ ମାନଙ୍କ ପ୍ରତକ୍ଷ ତତ୍ତ୍ଵାବଧାନରେ ଇଭିଏମ୍ ମେସିନ ଗୁଡ଼ିକ ପରିଚାଳନା କରା‌ଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.