କରଞ୍ଜିଆ ଠାରେ ଆଦିବାସୀ ମାର୍ଟକୁ ଉଦଘାଟନ କଲେ ମୟୁରଭଞ୍ଜ ଜିଲ୍ଲାପାଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଦିବାସୀ ମାନଙ୍କର ବିଭିନ୍ନ ଉତ୍ପାଦନ ଏବଂ ହାତ ତିଆରି ଜିନିଷ ଲୋକ ଲୋଚନକୁ ଆଣିବା ପାଇଁ ଏହା ଏକ ପ୍ରୟାସ |ଏହାକୁ ଦୃଷ୍ଟିରେ ରଖି ଆଜି କରଞ୍ଜିଆ ଆଇଟିଡିଏ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ରେ ଆଦିବାସୀ ସଶକ୍ତିକରଣ ସହାୟତା ରେ ଆଦିବାସୀ ମାର୍ଟ ଉଦଘାଟନ ହୋଇଯାଇଛି |

ତେବେ ଆଜି ପ୍ରାୟ ୧୨ ଘଟିକା ସମୟରେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟଅତିଥି ରୁପେ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସଂମ୍ମାନିତ ଅତିଥିରୂପେ କରଞ୍ଜିଆ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ପିଏ ଆଇଟିଡିଏ ଦେବଯାନୀ ଭୂୟାଁ,ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ନାଏକ,

ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର,ଲାଇଭହୁଡ ପ୍ରୋଜେକ୍ଟ ମ୍ୟାନେଜେର ବିଶ୍ୱନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | ତେବେ ଏହି କାର୍ଯ୍ୟକ୍ରମ ରେ
କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ | ତାସହିତ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ସ୍ୱୟଂ ସହାୟିକା ଗୋଷ୍ଠି ମହିଳା ଯୋଗ ଦେଇଥିଲେ |

Leave A Reply

Your email address will not be published.