ଚିତା ପ୍ରୋଜେକ୍ଟକୁ ଖୁସି ଖବର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚିତା ପ୍ରୋଜେକ୍ଟକୁ ଖୁସି ଖବର ମିଳିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଚିତା ଜ୍ବାଲା ୩ଟି ଛୁଆକୁ ଜନ୍ମ ଦେଇଛି। ଏ ନେଇ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ସୂଚନା ଦେଇଛନ୍ତି।  ଏହାର କିଛି ସପ୍ତାହ ପୂର୍ବରୁ ‘ଆଶା’ ନାମ୍ନୀ ଆଉ ଏକ ନାମିବୀୟ ଚିତା ମଧ୍ୟ ଶାବକ ଜନ୍ମ କରିଥିଲା।

‘ଜ୍ବାଳା’ ଶାବକ ଜନ୍ମ କରିବା ସଂକ୍ରାନ୍ତ ଭିଡିଓ ‘ଏକ୍ସ୍‌’ କରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଲେଖିଛନ୍ତି, କୁନୋର ନୂତନ ଶାବକ! ଜ୍ବାଳା ନାମକ ନାମିବୀୟ ଚିତା ୩ଟି ଶାବକ ଜନ୍ମ କରିଛି। ବନ୍ୟପ୍ରାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରୁଥିବା ସମସ୍ତ କର୍ମଚାରୀଙ୍କୁ ଓ ଦେଶର ବନ୍ୟପ୍ରାଣୀପ୍ରେମୀଙ୍କୁ ଅଭିନନ୍ଦନ। ଭାରତର ବନ୍ୟପ୍ରାଣୀ ତିଷ୍ଠି ରୁହନ୍ତୁ।

ସୂଚନାଯୋଗ୍ୟ ୨୦୨୩ ମାର୍ଚରେ ‘ସିୟାୟା’ (‘ଜ୍ବାଳା’ର ପୁରୁଣା ନାଁ) ୪ଟି ଶାବକ ଜନ୍ମ କରିଥିଲା। କିନ୍ତୁ, ସେମାନଙ୍କ ମଧ୍ୟରୁ ମାତ୍ର ଗୋଟିଏ ବଞ୍ଚିଛି।

ସେହିପରି ଜାନୁଆରି ୩ ତାରିଖରେ ନାମିବୀୟ ଚିତା ‘ଆଶା’ ମଧ୍ୟ ୩ଟି ଶାବକ ଜନ୍ମ କରିଛି। ଗତକାଲି ‘ଜ୍ବାଳା’ ଜନ୍ମକରିଥିବା ୩ଟି ଶାବକଙ୍କୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ଥିବା ସମୁଦାୟ ଚିତାସଂଖ୍ୟା ୨୦କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.