କଂଗ୍ରେସ ଦଳରେ ଯୋଗଦେଲେ ବିଜେଡ଼ିର ଲିଗାଲ ସେଲ୍ ବିଭାଗର ମୁଖ୍ୟ ଦିଗ୍‌ଦର୍ଶକ ଗୋପାଳ କୃଷ୍ଣ ମହାନ୍ତି 

0
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡ଼ିର ଲିଗାଲ ସେଲ୍ ବିଭାଗର ମୁଖ୍ୟ ଦିଗ୍‌ଦର୍ଶକ ତଥା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ଗୋପାଳ କୃଷ୍ଣ ମହାନ୍ତି ବିଜେଡ଼ି ଦଳ ଛାଡ଼ି କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବରେ ଯୋଗ ଦେଲେ । ଏହି ପରିପ୍ରେକ୍ଷିରେ ଗୋପାଳ କୃଷ୍ଣ କହିଲେ ଯେ, ୧୯୭୭ ମସିହାରୁ ଜନତା ଦଳ ଏବଂ ପରବର୍ତି ପର୍ଯ୍ୟାୟରେ ବିଜେଡ଼ି ଦଳରେ ଶୃଙ୍ଖଳାର ସହ କାର୍ଯ୍ୟ କରୁଥିଲେ । ଏବେ ସେ ଅନୁଭବ କଲେ ଯେ, ବିଜେଡ଼ି ଏକ ରାଜନୈତିକ ଦଳ ହୋଇ ନାହିଁ ବରଂ ଏକ କର୍ପୋରେଟ୍ ବଡ଼ି ଭାବରେ କାର୍ଯ୍ୟ କରୁଛି । ତେଣୁ ନିଜର ସ୍ୱାଭିମାନକୁ ରକ୍ଷା କରିବା ପାଇଁ ସେ ବିଜୁ ଜନତା ଦଳକୁ ତ୍ୟାଗ କଲେ । କଂଗ୍ରେସର ନୀତି ଆଦର୍ଶ, ଜାତୀୟ ଏକତା ଏବଂ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ବିଶେଷ କରି ତାଙ୍କୁ ପ୍ରଭାବିତ କରିଥିଲା । ସେ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତର ଦେଇ ସ୍ପଷ୍ଟ କରି କହିଥିଲେ ଯେ, କ୍ଷମତା ଲୋଭରେ ମୁଁ କଂଗ୍ରେସ ଦଳରେ ଯୋଗଦେଇ ନାହିଁ । ବରଂ ସାଧାରଣ ଜନତାର ସେବା ପରିବା ପାଇଁ ମୁଁ କଂଗ୍ରେସ ଦଳରେ ଯୋଗ ଦେଇଛି । ପିସିସି ସଭାପତି  ଶରତ  ପଟ୍ଟନାୟକ କହିଥିଲେ ଯେ, ଶ୍ରୀଯୁକ୍ତ ମହାନ୍ତିଙ୍କ ଯୋଗଦାନ କଂଗ୍ରେସ ସଂଗଠନକୁ ସମୃଦ୍ଧ ଓ ରୁଦ୍ଧିମନ୍ତ କରିବ । ପିସିସି ମିଡ଼ିଆ ସେଲ୍‌ର ଅଧ୍ୟକ୍ଷ  ଗଣେଶ୍ୱର ବେହେରା ପରିଚାଳନା କରିଥିବାବେଳେ ଆଇନ୍‌ଜୀବି ବିଶ୍ୱ ରଞ୍ଜନ ମାର୍ଥା,ଗୋପାଳ କୃଷ୍ଣ ମହାନ୍ତି ଓ ଅନ୍ୟାନ୍ୟ ଆଇନ୍‌ଜୀବିଙ୍କ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ପ୍ରାୟ ୩୦ ରୁ ଉର୍ଦ୍ଧ ଆଇନ୍‌ଜୀବି ଗୋପାଳ କୃଷ୍ଣ ମହାନ୍ତିଙ୍କ ସହ ଆଜି କଂଗ୍ରେସ ଦଳରେ ଯୋଗ ଦେଲେ ଏବଂ ପରିବର୍ତି ସମୟରେ ଶହ ଶହ ଆଇନ୍‌ଜୀବି କଂଗ୍ରେସ ଦଳରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଗୋପାଳ କୃଷ୍ଣ ମହାନ୍ତି କହିଛନ୍ତି । କଂଗ୍ରେସ ଦଳ ପକ୍ଷରୁ ଗୋପାଳ କୃଷ୍ଣ ମହାନ୍ତି ଓ ଅନ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ବିଜୟଲକ୍ଷ୍ମୀ ସାହୁ, ସୁରେଶ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ରଶ୍ମି ମହାପାତ୍ର, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋରଞ୍ଜନ ଦାସ, ୟାସିର ନୱାଜ, ଜିଆ ଉଲ୍‌ହକ୍‌, ଶ୍ରୀନିବାସ ରାଉତରାୟ, ତରୁଣ ମିଶ୍ର, ପ୍ରକାଶ ମିଶ୍ର, ନାରାୟଣ ଚନ୍ଦ୍ର ଜେନା, ରଜନୀ ମହାନ୍ତି, ବାଙ୍କନିଧି ବେହେରା, ଅମିତ ମହାନ୍ତି, ନିଶିକାନ୍ତ ମିଶ୍ର, ଦିପକ ମହାପାତ୍ର, ଅମୀୟ ପାଣ୍ଡବ, ନିଶିକାନ୍ତ ମିଶ୍ର, ରବୀନ୍ଦ୍ର ଆଚାର୍ଯ୍ୟ, ମିହିର ଆଚାର୍ଯ୍ୟ, ପ୍ରଭାତ ପ୍ରତାପ ସିଂ, ରଣଜିତ ପାତ୍ର, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ ଓ କୃଷ୍ଣଚନ୍ଦ୍ର ପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.