ପ୍ରିନ୍ସିପାଲଙ୍କଠାରୁ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି କ୍ଷମତା ପ୍ରତ୍ୟାହାର କଲେ ସରକାର

0

ଓଡ଼ିଆ ନ୍ୟୁଜ୍: ପ୍ରିନ୍ସିପାଲଙ୍କଠାରୁ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି କ୍ଷମତା ପ୍ରତ୍ୟାହାର କଲେ ସରକାର। ସରକାରୀ ମହାବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷାନୁଷ୍ଠାନରେ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ଆଦେଶ ଅନୁସାରେ, ଏଣିକି ସରକାରୀ କଲେଜ ଏବଂ ଶିକ୍ଷକ ଶିକ୍ଷାନୁଷ୍ଠାନର ଅଣଶିକ୍ଷକ (ନନ୍-କ୍ୟାଡର) ଗ୍ରୁପ୍–’ବି’, ଗ୍ରୁପ୍–’ସି’ ଓ ଗ୍ରୁପ୍–’ଡି’ ପଦବୀରେ ନିଯୁକ୍ତି ଦେବାର କ୍ଷମତା ସମ୍ପୃକ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ (Regional Director of Education) ନିକଟରେ ରହିବ। ଏପର୍ଯ୍ୟନ୍ତ ଏହି ସମସ୍ତ ପଦବୀରେ ନିଯୁକ୍ତି ଦେବାର ଅଧିକାର ପ୍ରିନ୍ସିପାଲମାନଙ୍କ ନିକଟରେ ରହିଥିଲା। କିନ୍ତୁ ନୂଆ ଆଦେଶ ବଳରେ ସେହି କ୍ଷମତାକୁ ସରକାର ପ୍ରତ୍ୟାହାର କରିଛନ୍ତି।

ଫଳରେ ଏଣିକି ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି, ସମ୍ପୃକ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରଶାସନିକ ତତ୍ତ୍ୱାବଧାନରେ ସମ୍ପନ୍ନ ହେବ। ଏଣିକି ଆଗାମୀ ସମସ୍ତ ନିଯୁକ୍ତି ପ୍ରକ୍ରିୟା ଏହି ନୂତନ ନିୟମ ଅନୁଯାୟୀ ପରିଚାଳିତ ହେବ। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସମଗ୍ର ରାଜ୍ୟରେ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସମନ୍ୱିତ ଓ ସୁବ୍ୟବସ୍ଥିତ କରାଯିବ।

Leave A Reply

Your email address will not be published.