ବାଲେଶ୍ବର: ମହୁ ମାଛି ଆକ୍ରମଣ ଯୋଗୁଁ ଜେଜେ ମୃତ ନାତୀ ଗୁରୁତର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ବାଙ୍କୀ ସାହି ଗାଁରେ ଅଭାବନୀୟ ଘଟଣା । ମହୁ ମାଛି ଆକ୍ରମଣ ଯୋଗୁଁ ଜେଜେ ଚିକିତ୍ସାଧୀନ ଅବସ୍ଥାରେ ମୃତ ହୋଇଥିବା ବେଳେ ନାତୀ ଗୁରୁତର ଆହତ ହୋଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣା ଅନୁସାରେ ନୀଳଗିରି ଥାନା ଅନ୍ତର୍ଗତ ବାଙ୍କୀ ସାହି ଗାଁ ର ବରିଷ୍ଠ ବାମପନ୍ଥୀ ନେତା ରାମଚନ୍ଦ୍ର ସ ଗତକାଲି ନିଜ ବାଡ଼ି ରେ ଅଳିଆ ଆବର୍ଜନା ସଫା କରୁଥିଲେ ।

ଏହି ସମୟରେ ଧୂଆଁ ଯୋଗୁଁ ନିକଟରେ ଏକ ଗଛ ରୁ ମହୁ ମାଛି ଗୁଡ଼ିକ ଆସି ବୟସ୍କ ରାମଚନ୍ଦ୍ରଙ୍କ ସହ ତାଙ୍କ ନାତିକୁ ଆକ୍ରମଣ କରି ପକାଇ ଥିଲେ । ତେବେ ଗତକାଲି ଠାରୁ ଏଭଳି ଘଟଣା ଘଟିଥିବା ବେଳେ ଉଭୟେ ଘରୋଇ ଉପଚାର କରି ଘରେ ରହି ଯାଇଥିଲେ । ହେଲେ ଆଜି ଦେହରେ ଆତ୍ୟଧିକ କଷ୍ଟ ହେବାରୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ରେ ଉଭୟଙ୍କୁ ଭର୍ତି କରାଯାଇଥିଲା । ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ରାମଚନ୍ଦ୍ର ସ ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ନତିଙ୍କୁ ମେଡିକାଲ ରେ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.