ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ବଳୟ ସକ୍ରିୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଘନ କୁହୁଡି । ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଗୁରୁଚାପ ବଳୟ ପ୍ରଭାବରେ ଆଜି ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ପୁଣି ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବର୍ଷା ସହ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ବିଭାଗ। ସେହିପରି ଆସନ୍ତା ୨୪ ଘଣ୍ଟାରେ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି(ଶନିବାର) ମଧ୍ୟ ରାଜ୍ୟରେ କୋହଲା ପାଗ ସହ କିଛି ଅଞ୍ଚଳରେ ବିଶେଷ ଭାବେ ଉତ୍ତର ଓ ଉପକୂଳ ଓଡ଼ିଶାରରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ଵିଭାଗ। ଗତ ୨୪ ଘଣ୍ଟାରେ ୧୩ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ୭ ଟି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହୋଇଥିଲା ।

ରାଜ୍ୟରେ ସର୍ବାଧିକ ୧୬.୬ ମିମି ବର୍ଷା ମୟୂରଭଞ୍ଜର ବାହାଲଦାରେ ରେକର୍ଡ ହୋଇଛି । ସର୍ବନିମ୍ନ ୯.୨ ମିମି ବର୍ଷା ପାହାଡିଆ ଅଞ୍ଚଳର କୋରାପୁଟରେ ରେକର୍ଡ ହୋଇଛି । ସେହିପରି ସମତଳ ଅଞ୍ଚଳରେ ସର୍ବନିମ୍ନ ୧୨.୫ ମିମି ବର୍ଷା ସୁନ୍ଦରଗଡରେ ରେକର୍ଡ ହୋଇଛି । କଟକରେ ୨୬.୪ ଓ ଭୁବନେଶ୍ୱରରେ ୨୭.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।୨୦ ତାରିଖ ସକାଳେ ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ୍‌ ଓ ମାଲକାନଗିରି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ କୁହୁଡ଼ି ବହାର ସମ୍ଭାବନା ରହିଛି । ଏହି ଜିଲ୍ଲାରେ ଦୃଶ୍ୟମାନ ୫୦ ମିଟରରୁ ଅଧିକ ଓ ୨୦୦ ମିଟରରୁ କମ୍‌ ରହିବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.