ଆସନ୍ତୁ ଜାଣିବା ଦାନ୍ତର ମନ୍ଦିର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆପଣ ମାନେ ଅନେକ ମନ୍ଦିର ଦେଖିଥିବେ । ଆଉ ପ୍ରତ୍ୟେକ ମନ୍ଦିରର କିଛି ନା କିଛି ଐତିହାସିକ ଓ ସ୍ୱତନ୍ତ୍ରତା ରହିଛି । କିନ୍ତୁ ଦୁନିଆରେ ଏପରି କିଛି ମନ୍ଦିର ରହିଛି ଯାହା ଖୁବ୍ ସ୍ୱତନ୍ତ୍ର । ଏପରି ଏକ ମନ୍ଦିର ହେଉଛି ଦାନ୍ତର ମନ୍ଦିର । ଯେଉଁଠି ପୂଜା କରାଯାଉଛି ଦାନ୍ତ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ କଥା ଟା ସତ୍ୟ । ବର୍ଷ ବର୍ଷ ଧରି ପୂଜା କରି ଆସୁଛନ୍ତି ଶ୍ରଦ୍ଧାଳୁ। ବାସ୍ତବରେ ଏହି ମନ୍ଦିରଟି ଭାରତରେ ନୁହେଁ ବରଂ ଶ୍ରୀଲଙ୍କାରେ ଅବସ୍ଥିତ । ମନ୍ଦିରଟି ନିଜର ମାହାତ୍ମ ପାଇଁ ପରିଚିତ । ଏହି ମନ୍ଦିରରେ ଗୌତମ ବୁ୍ଦ୍ଧଙ୍କ ଦାନ୍ତ ରହିଛି । ଯେଉଁଥି ପାଇଁ ଏହି ମନ୍ଦିରର ନାଁ ଦିଆଯାଇଛି ଦାନ୍ତ ମନ୍ଦିର । ପ୍ରତିଦିନ ଏଠାରେ ପୂଜାର୍ଚ୍ଚନା କରାଯାଉଛି । ମନ୍ଦିରରେ ଥିବା ଦାନ୍ତକୁ ନେଇ ଏକ ବିଶ୍ବାସ ରହିଛି। କୁହାଯାଉଛି କି ଏହି ଦାନ୍ତ ଧିରେ ଧିରେ ବଢୁଛି ।

ବିଶ୍ୱାସ କରାଯାଏ ଯେ ଯେତେବେଳେ ଗୌତମ ବୁଦ୍ଧଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କର ଶେଷକୃତ୍ୟ ଉତ୍ତରପ୍ରଦେଶର କୁଶୀନଗରରେ କରାଯାଇଥିଲା । କିନ୍ତୁ ତାଙ୍କର ଶେଷକୃତ୍ୟ ପୂର୍ବରୁ ତାଙ୍କର ଜଣେ ଅନୁଗାମୀ ବୁଦ୍ଧଙ୍କ ପାଟିରୁ ଏକ ଦାନ୍ତ ବାହାର କରି ନେଇ ଆସିଥିଲେ । ସେହି ଅନୁଗାମୀ ଏହାପରେ ଗୌତମ ବୁଦ୍ଧଙ୍କ ଦାନ୍ତକୁ ରାଜା ବ୍ରହ୍ମଦତ୍ତଙ୍କୁ ଦେଇଥିଲେ ।

ବହୁ ବର୍ଷ ଧରି ରାଜା ବ୍ରହ୍ମଦତ୍ତ ଗୌତମ ବୁଦ୍ଧଙ୍କ ସେହି ଦାନ୍ତକୁ ପୂଜା କରିଥିଲେ ଏବଂ ସେହି ଦାନ୍ତକୁ ନିଜ ରାଜପ୍ରସାଦରେ ସ୍ଥାପନା କରିଥିଲେ । ଚମତ୍କାରୀ କୁହାଯାଏ ଗୌତମ ବୁଦ୍ଧଙ୍କ ଦାନ୍ତ ହାସଲ କରିବା ପାଇଁ ଅନେକ ରାଜା ଯୁଦ୍ଧ କରିଥିଲେ । କିନ୍ତୁ ଏହି ଦାନ୍ତକୁ ସୁରକ୍ଷିତ ରଖିବା ପାଇଁ ଗୌତମ ବୁଦ୍ଧଙ୍କର ଜଣେ ଅନୁଗାମୀ ଦାନ୍ତକୁ ଶ୍ରୀଲଙ୍କାକୁ ପଠାଇ ଦେଇଥିଲେ। ଏହାପରେ ଶ୍ରୀଲଙ୍କା ରାଜା ଏହି ଦାନ୍ତ ପାଇଁ ଏକ ବିରାଟ ମନ୍ଦିର ନିର୍ମାଣ କରିଥିଲେ । ଆଉ ଏହି ଦାନ୍ତକୁ ମନ୍ଦିରରେ ସ୍ଥାପନ କଲେ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ମନ୍ଦିରରେ ଗୌତମ ବୁଦ୍ଧଙ୍କ ଦାନ୍ତ ପୂଜା କରାଯାଇଥାଏ ।

Leave A Reply

Your email address will not be published.