ଗୋଳାବାରୁଦ କାରଖାନା ସୁରକ୍ଷା କର୍ମଚାରୀଙ୍କୁ ଉଛେଦ ପ୍ରତିବାଦରେ ମନ୍ତ୍ରୀ ଓ ସାଂସଦଙ୍କୁ ଦାବିପତ୍ର ପ୍ରଦାନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସଇଁନ୍ତଲା,ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ଗୋଲାବାରୁଦ କାରଖାନା ପ୍ରତିରକ୍ଷା ବିଭାଗରେ ପ୍ରାଇଭେଟ ସିକ୍ୟୁରୁଟି ଭାବେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କୁ କାରଖାନା ପକ୍ଷରୁ ଉଛେଦ କରି ସୁରକ୍ଷା ବୋର୍ଡ କାର୍ଯ୍ୟରେ ଏକ୍ସ ଆର୍ମି ମାନଙ୍କୁ ନିଯୁକ୍ତି କରିଥିବା ନେଇ ଜଣାପଡିବା ପରେ ଘରେଇ ସୁରକ୍ଷା କର୍ମଚାରୀ ମାନଙ୍କ ମଧ୍ୟରେ ଅନେକ ଅସନ୍ତୋଷ ପ୍ରକାଶ ପାଇଛି।ଯାହାକୁ ନେଇ ଅନେକ ଥର ପ୍ରତିବାଦ କରିଥିବା ବେଳେ କାରଖାନା ର ମହାପ୍ରବନ୍ଧକ ପ୍ରଦୀପ କୁମାର ଦାସ,ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ ଓ ଘରେଇ ସୁରକ୍ଷା କର୍ମଚାରୀ ଙ୍କ ଉପସ୍ଥିତ ରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।ହେଲେ ସମସ୍ୟାର ସମାଧାନ ହୋଇନ ଥିବା ବେଳେ ଗଣ୍ଡପତ୍ରାପାଲି ସରପଞ୍ଚ ମନୀଷ ସୁନା ଙ୍କ ନେତୃତ୍ୱରେ ଆଜି ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ ସମାଧାନ କରିବା ପାଇଁ ନିବେଦନ କରିଛନ୍ତି।ସେହିପରି ବଲାଙ୍ଗିର ସଂସାଦ ସଂଗୀତା କୁମାରୀ ସିଂଦେଓ ଙ୍କ ଠାରେ ବିଜେପି ର ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନା ମତେ ଏହି ସୁରକ୍ଷା କର୍ମଚାରୀ ମାନେ ଦୀର୍ଘ ୧୦ ବର୍ଷ ରୁ ଅଧିକ ହେବ କାରଖାନା ରେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି ।ଏହି କର୍ମଚାରୀ ମାନଙ୍କୁ ଗୋଳାବାରୁଦ କାରଖାନା ଉଛେଦ କରି ନୂତନ ଏକ ଡିଜିଆର ସଂସ୍ଥା କୁ ଥଇଥାନ କରି ଏକ୍ସ ଆର୍ମି ମାନଙ୍କୁ କାରଖାନାରେ ସିକ୍ୟୁରୁଟି ଭାବେ ନିୟୋଜିତ କରିବା ପାଇଁ ଯୋଜନା କରିଛି ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହେଉଛି।ଯଦି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ଘରେଇ ସୁରକ୍ଷା କର୍ମୀ ମାନେ ଚେତାବନୀ ଦେଇଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ଘରେଇ ସୁରକ୍ଷା କର୍ମଚାରୀଙ୍କ ସଭାପତି ମନରଞ୍ଜନ ବଉକ ,ସମ୍ପାଦକ ,ଅଶୋକ କୁମାର ସାହୁ , ନିରଞ୍ଜନ କୁମାର,ଅଚୁତ ସେଠ, ଶଙ୍କର ମହାନନ୍ଧ ,ମଦନ ମହାନନ୍ଧ, ଦେବରାଜ ମାଝୀ,ରମେଶ ମହାନନ୍ଧ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.