ପୁଣି ଜଟଣୀ ବିଧାୟକ ସୁର ରାଉତରାୟ ଗାଇଲେ ଗୀତ,  ଏଥର କିନ୍ତୁ ଅଲବମ ନୁହେଁ ଦେଶାତ୍ମବୋଧକ ସଙ୍ଗୀତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବର ନିଳାଦ୍ରିବିହାର ଠାରେ ଥିବା ସୋମେଶ ଷ୍ଟୁଡିଓରେ ସାଇ ସାଗର କ୍ରିଏସନର ପ୍ରସ୍ତୁତ ଦେଶାତ୍ମବୋଧକ ସଙ୍ଗୀତ “ ଆମେ ପାଇକପୁଅ ଓ ଆମେ ପାଇକ ଝିଅ”ର ରେକର୍ଡିଂ ହୋଇଯାଇଛି । ଏହି ଗୀତର ଗୀତିକାର – ନିଗମ ମିଶ୍ର, ସଂଗୀତ ନିର୍ଦ୍ଦେଶନା :- ପ୍ରସନ୍ନ କୁମାର ଉପାଧ୍ୟାୟ ଓ ସଙ୍ଗୀତ ପରିସ୍ଖଳନା – ରମେଶ ଚନ୍ଦ୍ର ବେହେରା (ରେମୋ) କଣ୍ଠଦାନ କରିଛନ୍ତି ଶ୍ରୀଚରଣ ମହାନ୍ତି, ପ୍ରତିଭା ଦାଶ, ଜଟଣୀର ବିଧାୟକ ସୁର ରାଉତରାଏ ଓ କୁନ୍‌ମୁନ୍ । ଡବିଂ, ମିଣ୍ଟିଂ, ମାଣ୍ଡିଂ – ସୋମେଶ ଶତପଥୀ, ରିଦିମ – ଆଲୋକ, କ୍ୟାମେରା ଓ ଏଡିଟିଂ -ପିଙ୍କୁ ଏହି ଗୀତର ଶୀର୍ଷକ ହେଉଛି, ୧୮୧୭ ମସିହାର ଇତିହାସର ପୁନରାବୃତି କଲେ ଖୋର୍ଦ୍ଧାର ପାଇକ ବିଦ୍ରୋହ, ଯାହାର ଅଗ୍ରସାରଥ୍ ଥିଲେ ବକ୍ସି ଜଗବନ୍ଧୁ, ଦଳ ବେହେରା ତାପଙ୍ଗ ଓ ଜୟ ରାଜଗୁରୁ ଅନ୍ୟତମ । ଖୋର୍ଦ୍ଧାର ପାଇକ ପୁଅ ନିଜ ମାଟି ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ। ତାହାରି ଉପରେ “ଆମେ ପାଇକପୁଅ ଓ ଆମେ ପାଇକ ଝିଅ” ଗୀତଟି ହୋଇଛି, ଏହି ଗୀତଟି ଅଗଷ୍ଟ ୧୫ ତାରିଖ ସାଈ ସାଗର କ୍ରିଏସନ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହେବ ।

 

Leave A Reply

Your email address will not be published.