ଇସ୍ତଫା ଦେଲେ ହରିଆଣା ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜନୈତିକ ହଟଚମଟ ମଧ୍ୟରେ ପଦରୁ ଇସ୍ତଫା ଦେଲେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର।  ଲୋକସଭା ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ ନେଇ ବିଜେପି ଏବଂ ଜେଜେପି ଭିତରେ ମତାନ୍ତରର ଖବର ଶୁଣିବାକୁ ମିଳୁଛି। ଏହି କାରଣରୁ ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆଜି ରାଜ୍ୟପାଳ ବୃନ୍ଦାବନ ଦତ୍ତାତ୍ରେୟଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। କ୍ୟାବିନେଟ ଭଙ୍ଗ କରିବା ପରେ ହରିଆନାରେ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିବ ବୋଲି ଜଣାଯାଇଛି।

ସୂଚନା ଅନୁସାରେ, ବୈଠକ ପରେ ରାଜ୍ୟରେ ବିଜେପି ଓ ଜେଜପି ମଧ୍ୟରେ ଥିବା ମେଣ୍ଟ ସରକାର ଭାଙ୍ଗି ଯାଇପାରେ। ବିଜେପି, ସ୍ୱାଧୀନ ବିଧାୟକଙ୍କ ସହଯୋଗରେ ସରକାର ଗଠନ ପାଇଁ ରଣନୀତି ପ୍ରସ୍ତୁତି କରୁଛି।  ଯଦି ଦଳ ସରକାର ଗଠନ କରେ, ତେବେ ନାୟବ ସୈନୀ କିମ୍ବା ସଞ୍ଜୟ ଭାଟିଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମନୋହର ଲାଲ ଖଟ୍ଟର ପୁନଃ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେବାର ସମ୍ଭାବନା କମ୍। କାରଣ ସେ କରନାଲ ଆସନରୁ ଲୋକସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି।

ସେପଟେ ଜେଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲା ମଧ୍ୟ ବିଧାୟକ ଦଳ ବୈଠକ ଡାକିଛନ୍ତି। ସେ ଆଜି ରାତି ପ୍ରାୟ ୧୧ଟା ସମୟରେ ବୈଠକ କରିବେ। ସେ ମଧ୍ୟ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି।

Leave A Reply

Your email address will not be published.