ଓସେପାର ମେରିଟ୍ ଲିଷ୍ଟ ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା । ଓସେପାର ମେରିଟ ଲିଷ୍ଟ ଖାରଜ କଲେ ହାଇକୋର୍ଟ ।  ଓସେପାର ମେରିଟ୍ ଲିଷ୍ଟ ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କଲେ ହାଇକୋର୍ଟ । ଏଥିସହ ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

କନିଷ୍ଠ ଶିକ୍ଷକ ଚୟନରେ ଅନିୟମିତତା ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଓଡ଼ିଶା ହାଇକୋର୍ଟ । ଚୟନ ପ୍ରକ୍ରିୟା ସରିଥିଲେ ବି ନିଯୁକ୍ତି ଉପରେ ପୂର୍ବରୁ ରୋକ ଲଗାଯାଇଥିଲା । ଡକ୍ୟୁମେଣ୍ଟ ଭେରିଫିକେସନ ପ୍ରକ୍ରିୟା ଜାରି ରହିବ ମାତ୍ର ଚୂଡାନ୍ତ ଚୟନ ତାଲିକା କିମ୍ବା ଉକ୍ତ ପଦରେ କାହାରିକୁ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ ପୂର୍ବରୁ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ । ତେବେ ଆଜି ଏହି ମାମଲାର ଶୁଣାଣି କରି ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଚିନ୍ତାମଣି ଭୂୟାଁ ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ ।

ଆବେଦନକାରୀଙ୍କ ମୂଳ ଅଭିଯୋଗ ଅନୁଯାୟୀ ପ୍ରାୟ ୨୦ ହଜାର ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକଙ୍କ ପାଇଁ ଓସେପା ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେଥିରେ ଥିବା ଧାରା ୮.୩ ଅନୁଯାୟୀ, ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଜିଲ୍ଲା ଭିତରେ ସୀମିତ ରହିବ । କାରଣ ଏହା ଜିଲ୍ଲାଭିତ୍ତିକ କ୍ୟାଡର । ଏଥିରେ ନିଯୁକ୍ତି ପାଉଥିବା କନିଷ୍ଠ ଶିକ୍ଷକଙ୍କ ଚାକିରି ଆରମ୍ଭ ସହ ଶେଷ ବି ସେହି ଜିଲ୍ଲାରେ ହେବ । ତେଣୁ ଚୟନ ପ୍ରକ୍ରିୟା ବି ଜିଲ୍ଲାୱାରୀ କରିବାର ଆବଶ୍ୟକତା ରହିଛି ବୋଲି ଆବେଦନପତ୍ରରେ ଉଲ୍ଲେଖ କରାଯାଇଥିଲା।

Leave A Reply

Your email address will not be published.