ସଇତାନ ସ୍ୱାମୀ; ବାଲ୍‌ଟିରେ ପିଟି ସ୍ତ୍ରୀକୁ କଲା ହତ୍ୟା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଚସା ରୁ ହତ୍ୟା । ସ୍ବାମୀ ସାଜିଲା ସଇତାନ । ସ୍ବାମୀ ଓ ସ୍ତ୍ରୀର ସଂପର୍କ ପବିତ୍ର ସଂପର୍କରେ ଲାଗିଲା ରକ୍ତର ଛିଟା। ରାତିରେ ହେଲେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା । ଆଉ ସକାଳେ ବାଲଟି ସାଜିଲା ହତିଆର ଏବଂ ସ୍ତ୍ରୀକୁ କରିଲା ହତ୍ୟା । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାରେ । ତେବେ, ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ବାଣିଦା ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି,ଦେଖିବାକୁ ମିଳିଛି।

ମଦ ଖାଇବାକୁ ମନା କରିବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ। ମୃତ ମହିଳା ଜଣଙ୍କ ହେଲେ କବିତା ମହାନ୍ତି। ସ୍ୱାମୀ ସଞ୍ଜୟ ମହାନ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି | କବିତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା। ଗତକାଲି ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଆଜି ସକାଳେ କବିତା ଗାଧୋଇ ବାଥରୁମ୍‌ରୁ ଆସୁଥିଲେ। ଏହି ସମୟରେ ସଞ୍ଜୟ ଘରେ ଥିବା ଷ୍ଟିଲ ବାଲଟି ଆଣି କବିତାଙ୍କ ମୁଣ୍ଡକୁ  ପିଟି ଦେଇଥିଲେ। କବିତା ତଳେ ପଡ଼ିଯାଇଥିଲେ। ସୂଚନା ଅନୁସାରେ ବାଣିଦା ଗ୍ରାମର ବିଦ୍ୟାଧର ମାଇତି ଓ ସ୍ତ୍ରୀ କଳ୍ପନାଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଲାଗି ରହିଥାଏ। ବିଦ୍ୟାଧର ପ୍ରତ୍ୟେକ ଦିନ ମଦ ପିଇ ଘରକୁ ଆସିବା ପରେ ଝଗଡ଼ାର ସୂତ୍ରପାତ ହେଇଥାଏ।

ଗତକାଲି ରାତିରେ ବିଦ୍ୟାଧର ପ୍ରଚୁର ମଦ ଖାଇ ଘରକୁ ଫେରିବା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାକୁ ନେଇ ସକାଳ ସମୟରେ କଳ୍ପନା ବାସନ ଧୋଇ ଫେରିବା ପରେ ବିଦ୍ୟାଧର ବାଲଟିରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ବାପ ଘର ପକ୍ଷରୁ ଜଳେଶ୍ଵର ଥାନାରେ ଅଭିଯୋଗ ହୋଇଛି। ମୃତକଙ୍କ ଜଣେ ଝିଅ ଓ ଜଣେ ପୁଅ ଥିବା ବେଳେ ଦୀର୍ଘ ଚାରିବର୍ଷ ଧରି ସ୍ବାମୀ ସ୍ତ୍ରୀ ମଧ୍ୟରେ କୌଣସି ସମ୍ପର୍କ ନଥିଲା। ତେବେ ଅଭିଯୋଗ ମୂଳେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

Comments are closed.