ଭିଜିଲାନ୍ସ ଜାଲରେ ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭିଜିଲାନ୍ସ ଜାଲରେ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ(ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ାଉ କରିଛି।

କଟକ,ଖୋର୍ଦ୍ଧା, ଭଦ୍ରକଓ ଯାଜପୁର ଓ ଭୁବନେଶ୍ୱରର ୧୨ଟି ସ୍ଥାନରେ ଚଢ଼ାଉ କରାଯାଇଛି | ବାରବାଟୀ ଷ୍ଟାଡିୟମରେ ଥିବା ତାଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପାଣ୍ଡରାରେ ଥିବା ତାଙ୍କ ବାସଭବନ, ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଦୁଇ ମହଲା କୋଠା, ଯାଜପୁର, କଟକ ଓ ଖୋର୍ଦ୍ଧାରେ ଥିବା ପ୍ଲଟରେ ଚାଲିଛି ଚଢ଼ଉ। ଭଦ୍ରକର ଆଗରପଡ଼ାରେ ଥିବା ଦୁଇଟି ପୈତୃକ ଘର, ଯାଜପୁର ଓ ଖୋର୍ଦ୍ଧାରେ ଘନିଷ୍ଠ ସହଯୋଗୀଙ୍କ ଘର ଓ ଭୁବନେଶ୍ବର ନୟାପଲ୍ଲୀରେ ପ୍ରଦୀପ କୁମାର ରଥଙ୍କ ପୁଅଙ୍କ ଔଷଧ ଦୋକାନରେ ବି ଚଢ଼ଉ କରୁଛି ଭିଜିଲାନ୍ସ।

ସୂଚନାଯୋଗ୍ୟ, କିଛିଦିନ ତଳେ ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କୁ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ୮୫ଟି ପ୍ଲଟ୍, ଜଳେଶ୍ୱରରେ ୫ ମହଲା କୋଠ , ନଗଦ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା , ୩୩୪.୫୫ ଗ୍ରାମର ସୁନା ଅଳଙ୍କାର, ଗୋଟିଏ ସୁନା ବିସ୍କୁଟ, ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ବାବଦକୁ  ୭୮ ଲକ୍ଷ ୨ହଜାର ୭୭୯ ଟଙ୍କା ଜବତ କରାଯାଇଥିଲା।

Leave A Reply

Your email address will not be published.