ଜନ୍ମବେଦୀରେ “ହରି-ହର-ବ୍ରହ୍ମା” ବେଶରେ ଦର୍ଶନ ଦେଉଛନ୍ତି ତିନି ଦିଅଁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜନ୍ମବେଦୀରେ “ହରି-ହର-ବ୍ରହ୍ମା” ବେଶରେ ଦର୍ଶନ ଦେଉଛନ୍ତି ତିନି ଦିଅଁ | ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଜନ୍ମବେଦୀରେ ମହାପ୍ରଭୁଙ୍କ ୨ୟ ସନ୍ଧ୍ୟା ।

ଗୁଣ୍ଡିଚା ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସନ୍ଧ୍ୟାରେ ମହାପ୍ରଭୁମାନେ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି । ଗତକାଲି ମତ୍ସ୍ୟ କଚ୍ଛପ ଅବତାର ରେ ଦର୍ଶନ ଦେଇଥିବା ବେଳେ ଆଜି ଜନ୍ମବେଦୀରେ “ହରି-ହର-ବ୍ରହ୍ମା” ବେଶରେ ଦର୍ଶନ ଦେଉଛନ୍ତି ତିନି ଦିଅଁ ।

ଆଡପମଣ୍ଡରେ ବେଶ ଦେଖିବା ପାଇଁ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ନିତିକାନ୍ତି ଅନୁଯାଇ ଆଜି ରାତିରେ ହେରାପଞ୍ଚମୀ ପାଳନ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ।

Leave A Reply

Your email address will not be published.