ପୁଣି ଦ୍ୱିତୀୟ ବିବାହ କରିବେ ଦୁଇ ଜିଲ୍ଲାପାଳ, ଜାଣନ୍ତୁ କିଏ

0

ଓଡିଆ ନ୍ୟୁଜ (ବ୍ୟୁରୋ): ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣାଙ୍କ ବିବାହ ଧୁମଧାମରେ ହୋଇଛି । ଉଭୟ ଆସାମର ଗୌହାଟିରେ ଦ୍ୱିତୀୟ ବିବାହ କରିଛନ୍ତି । ଏହି ଚର୍ଚ୍ଚା ଥମି ନଥିବାବେଳେ ରାଜ୍ୟର ଆଉ ଦୁଇଜଣ ଜିଲ୍ଲାପାଳ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ରାୟଗଡା ଜିଲ୍ଲାପାଳ ସ୍ୱଧାଦେବ ସିଂହ ଚଳିତମାସରେ ବାରଣାସୀଠାରେ ପରସ୍ପରର ହାତ ଧରିବେ । ଏହା ସମର୍ଥ ଏବଂ ସ୍ୱଧାଙ୍କ ଦ୍ୱିତୀୟ ବିବାହ ହେବ । ସମର୍ଥ ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ବିବାହ କରିଥିବାବେଳେ ସ୍ୱଧା ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣାଙ୍କ ପ୍ରଥମ ପତ୍ନୀ ଥିଲେ । କିନ୍ତୁ ଉଭୟ ଯୋଡିଙ୍କ ବିବାହ ବିଚ୍ଛେଦ ହୋଇଥିଲା । ସମର୍ଥ ସମ୍ବଲପୁର ଜିଲ୍ଲାପାଳ ଥିବାବେଳେ ପତ୍ନୀ ସୂଚୀଙ୍କ ସହ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ଓ ଉଭୟ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ବିଚ୍ଛେଦ ପରେ ସୂଚୀ ଝାଡଖଣ୍ଡର ଜଣେ ଆଇଏଏସ୍‌ ଅଧିକାରୀଙ୍କୁ ବିବାହ କରିଥିଲେ ।

ସେହିପରି ଚଂଚଳ ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିଛନ୍ତି । ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ସମର୍ଥ ପୁରୀ ଜିଲ୍ଲାପାଳ ହେବା ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାପାଳ, ବିଏମ୍‌ସି କମିସନର୍‌, ସମ୍ବଲପୁର ଜିଲ୍ଲାପାଳ ଓ ରାୟଗଡାର ପିଡି ଡିଆର୍‌ଡିଏ ଭାବେ କାର୍ଯ୍ୟ କରିଥିଲେ । ସେହିପରି ସ୍ୱଧାଦେବ ସିଂହ ରାୟଗଡା ଆସିବା ପୂର୍ବରୁ ନୂଆପଡା ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେ ଥିଲେ । ଉଭୟ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସଫଳତା

Leave A Reply

Your email address will not be published.