୨୦ ଯାଏଁ ତାତିରୁ ମିଳିବନି ତ୍ରାହି

0

ଓଡ଼ିଆ ନ୍ୟୁଜ୍: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ। ବୁଧବାର ଟିଟିଲାଗଡ଼ରେ ୪୪ ଡିଗ୍ରୀ ଛୁଇଁପାରେ। ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, ଭବାନୀପାଟଣା, ବରଗଡ଼, ଝାରସୁଗୁଡ଼ା ଭଳି ଜିଲ୍ଲାରେ ନିଆଁ ବର୍ଷା ହୋଇପାରେ। ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି।

ଆଜି ଉପକୂଳ ଓଡ଼ିଶାରେ ବି ପ୍ରବଳ ଗରମ ଓ ଗୁଳୁଗୁଳି ରହିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଏହି ସ୍ଥିତି ରହିବ। ୧୬ ତାରିଖରେ ତାତି ଆହୁରି ଭୟାନକ ଆଡ଼କୁ ଯାଇପାରେ। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ୪୫ ଡିଗ୍ରୀ ଟପିପାରେ। ଆଭ୍ୟନ୍ତରୀଣ ଓଡ଼ିଶା ଅନେକ ସ୍ଥାନରେ ପ୍ରଚଣ୍ଡ ଖରା ଓ ତାତି ଅନୁଭୂତ ହୋଇପାରେ। ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ ଗ୍ରୀଷ୍ମ ପ୍ରବାହ ବହି ପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave A Reply

Your email address will not be published.