ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ପଡ଼ିଲା ମୂଳଦୁଆ

0

ଓଡ଼ିଆ ନ୍ୟୁଜ୍: ନୂଆ ଆଞ୍ଚଳିକ ଦଳ ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ମୂଳଦୁଆ ପଡ଼ିଲା।ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ।ମହମ୍ମଦ ମୋକିମଙ୍କ ନେତୃତ୍ବରେ ନୂଆ ଆଞ୍ଚଳିକ ଦଳର ଲୋକାର୍ପଣ। ବିଗତ ବର୍ଷ ରେ ଚିନ୍ତା କରାଯାଇଥିଲା ଓଡ଼ିଶାର ପରିବର୍ତନ କରିବା ପାଇଁ । ଯୁବ ନେତୃତ୍ୱଙ୍କୁ ନେଇ ଓଡିଶା ଜନତା କଂଗ୍ରେସ ପାର୍ଟି ର ସୃଷ୍ଟି ହୋଇଥିବା କହିଛନ୍ତି ମୋକିମ । ମହାତ୍ମା ଗାନ୍ଧୀଙ୍କ ବିଚାର ଧାରା, ସୁବାସ ବୋଷଙ୍କ ସାହସ, ଆମ୍ବେଦକରଙ୍କ ସମସ୍ତଙ୍କୁ ସମାନ ଦେବା ଅଧିକାରକୁ ନେଇ ଦଳ ଆଗକୁ ଯାଉଛି ।

ଓଡ଼ିଆଙ୍କ ପାଇଁ ଓଡିଶା ନାରା ଟ୍ୟାଗ ଲାଇନ ଦେଇଛି ଦଳ । ପୂର୍ଵ ସରକାର ଓ ଏବେକା ସରକାର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି କହିଛନ୍ତି ମହମ୍ମଦ ମୋକିମ। ଓଡ଼ିଶା ଜନତା କଂଗ୍ରେସ ଭାରତୀୟ ଜନତା ପାର୍ଟିର ବିରୋଧରେ ବିକଳ୍ପ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଆମେ ଓଡ଼ିଆ ଭାରି ବଢିଆ ଓଡିଶା ଜନତା କଂଗ୍ରେସ ମଞ୍ଚରେ ନାରା ଦେଇଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋଷ ।

Leave A Reply

Your email address will not be published.