ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା, ଗୋଟିଏ ଦିନରେ ୧୫୨ମିଲିମିଟର ବର୍ଷା ରେକର୍ଡ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପ୍ରବଳ ବର୍ଷାରେ ବେହାଲ ହୋଇଛି ଅନୁଗୁଳ ଜିଲ୍ଲା । ଗୋଟିଏ ଦିନରେ ଜିଲ୍ଲାରେ ହୋଇଛି 152 ମିଲିମିଟର ବର୍ଷା। ଯାହାକି ରାଜ୍ୟରେ ସବୁଠାରୁ ଅଧିକ। ଜିଲାର ଅନୁଗୁଳ, ବଅଁରପାଳ ଓ ପାଲଲହଡ଼ା ବ୍ଲକରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବର୍ଷା ପାଇଁ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଘର ବାହାର ସବୁଠି ଲହଡି ମାରୁଛି ପାଣି । ଦୁଇଦିନ ଲଗାଣ ବର୍ଷାରେ ବେହାଲ ହୋଇଯାଇଛି ଅନୁଗୁଳ ସହର ସମେତ ଏହାର ଅନେକ ବ୍ଳକ । ମୌସୁମୀ ପ୍ରଭାବରେ ଅନୁଗୁଳ ଜିଲ୍ଲାରେ ଶନିବାର ଠାରୁ ଲଗାଣ ବର୍ଷା ଲାଗି ରହିଛି ।

ଏହି ବର୍ଷା ଫଳରେ ଅନୁଗୁଳ ଦେଇ ଯାଇଥିବା 55 ନଂ ଜାତୀୟ ରାଜପଥ ର ତୁରଙ୍ଗ ଅଞ୍ଚଳରେ ପାଣି ନିଷ୍କାସନ ହୋଇ ନପାରି ରାସ୍ତାରେ ପାଣି ଭରି ରହିଛି । ଫଳରେ ଗାଡି ମୋଟର ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଅନୁଗୁଳ ସହର ଗାନ୍ଧିମାର୍ଗ ଠାରୁ ବଜାର ଛକ ପର୍ଯ୍ୟନ୍ତ ରାସ୍ତାରେ ଦୁଇ ଫୁଟ ଉଚ୍ଚତାରେ ପାଣି ପ୍ରଭାବିତ ହୋଇଥିଲା । ଯାହା ଫଳରେ ସ୍ଥାନୀୟ ବାସିନ୍ଦା, ଦୋକାନୀ ଓ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ଅସୁବିଧା ଭୋଗିଥିଲେ ।

ସେହିଭଳି ପୌରାଞ୍ଚଳର, ବ୍ରାହ୍ମଣୀଦେଇପଡା ଆଦି ଜଳମଗ୍ନ ହେବା ଫଳରେ ଲୋକଙ୍କ ଘର ଭିତରେ ପାଣି ପଶି ଯାଇଥିଲା । ସେହିପରି ବର୍ଷା ଯୋଗୁ ଚାଷ ଜମି ସବୁ ଜଳମଗ୍ନ ରହିଛି। ହୋଇଥିବା ଗ୍ରୀଷ୍ମ ପ୍ରବାହ ରେ ଲୋକେ ତ୍ରାହି ତ୍ରାହି ଡାକିଥିବା ବେଳେ ଏବେ ବର୍ଷା ଯୋଗୁ ମଧ୍ୟ ଲୋକେ ବେହାଲ ହୋଇଛନ୍ତି।

Leave A Reply

Your email address will not be published.