ପାକକୁ ସହାୟତା ଯୋଗାଇ ଆସୁଛି ଚୀନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପାକିସ୍ତାନକୁ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ପ୍ରତିରକ୍ଷା ଭିତ୍ତିଭୂମି ନିର୍ମାଣ ଲାଗି ଚାଇନା ସହାୟତା ଯୋଗାଇ ଦେଇଆସୁଛି। ସୀମାରେ ଯୋଗାଯୋଗ ଟାଓ୍ବାର ନିର୍ମାଣ, ଭୂତଳ କେବୁଲ ବିଛାଇବାରେ ଚାଇନା ସହାୟତା କରିବା ସହ ଡ୍ରୋନ୍‌ ଏବଂ ଲଢ଼ୁଆ ବିମାନ ଯୋଗାଇ ଦେଉଥିବା ଜଣେ ଅଧିକାରୀ କହିଛନ୍ତି।ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ରାସ୍ତା ଏବଂ ହାଇଡେଲ୍‌ ପ୍ରୋଜେକ୍ଟ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଚାଲିଥିବାବେଳେ ଏହାକୁ ସୁରକ୍ଷା ଯୋଗାଇଦେବା ନାଁରେ ଚାଇନା ଏଲ୍‌ଓସିରେ ଇସ୍‌ଲାମାବାଦକୁ ପ୍ରତିରକ୍ଷା ଭିତ୍ତିଭୂମି ନିର୍ମାଣରେ ସହାୟତା କରିଆସୁଥିବା ସେ କହିଛନ୍ତି।

କଟରେ ଏଲ୍‌ଓସିର କେତେକ ସ୍ଥାନରେ ଟ୍ରକ୍‌ରେ ଲଦାହୋଇଥିବା ଏସ୍‌ଏଚ୍‌-୧୫ ତୋପ ଦେଖିବାକୁ ମିଳିଥିଲା। ଗତବର୍ଷ ପାକିସ୍ତାନ ଦିବସ ଅବସରରେ ଉକ୍ତ ତୋପ ପ୍ରଦର୍ଶନ କରାଯାଇଥିଲା। ୨୩୬ଟି ଏସ୍‌ଏଚ୍‌୧୫ ତୋପ ଯୋଗାଇଦେବା ଲାଗି ପାକିସ୍ତାନ ଚାଇନାର ନର୍ଥ ଇଣ୍ଡଷ୍ଟ୍ରିଜ୍‌ ଗ୍ରୁପ୍‌ କର୍ପୋରେଶନ ଲିମିଟେଡ୍‌ ସହ ଚୁକ୍ତି ସ୍ବାକ୍ଷର କରିଥିଲା। ଏହି ତୋପର ପ୍ରଥମ ବ୍ୟାଚ୍‌ ଗତବର୍ଷ ଜାନୁୟାରୀରେ ପାକିସ୍ତାନକୁ ମିଳିଥିଲା।

ବେଜିଂର ୪୬ ବିଲିୟନ ଡଲାର ସିପିଇସି ପ୍ରକଳ୍ପ ଅଧୀନରେ କରାଚିର ଗ୍ବାଦର ପୋର୍ଟକୁ ଚାଇନାର ଜିନିଜିଆଙ୍ଗ ପ୍ରଦେଶ ସହ କାରାକୋରମ ହାଇଓ୍ବେ ଜରିଆରେ ସଂଯୋଗ କରାଯିବ, ଯାହାକୁ ଚାଇନା ବେଆଇନ ଭାବେ ଅକ୍ତିଆର କରି ରଖିଛି।

ଏହି ପ୍ରକଳ୍ପ ନିର୍ମାଣ ପାଇଁ ଚାଇନା ସୈନ୍ୟ ପାକିସ୍ତାନରେ ରହିଛନ୍ତି। ଏହା ବ୍ୟତୀତ ପିଓକେର ଲିପା ଭ୍ୟାଲିରେ ଚାଇନା ବିଶେଷଜ୍ଞମାନେ କେତେକ ସୁଡ଼ଙ୍ଗ ନିର୍ମାଣ କରୁଛନ୍ତି।

Leave A Reply

Your email address will not be published.