ସାହାଯ୍ୟ କଲେନି ଏସ ଏଚଜି ଗୃପ ର ମହିଳା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାହାଯ୍ୟ କଲେନି ଏସ ଏଚଜି ଗୃପ ର ମହିଳା | ଏବେ ସାରା ରାଜ୍ୟରେ ବୁଲୁଛି ମୋଦୀ ସରକାର ଙ୍କ ଗ୍ୟାରେଣ୍ଟି ରଥ ।ଦୀର୍ଘ ୧୦ ବର୍ଷ ର ସଫଳ ତାକୁ ଗ୍ୟାରେଣ୍ଟି ରଥ ମାଧ୍ୟମରେ ପହଞ୍ଚାଇବା ଏକମାତ୍ର ଲକ୍ଷ୍ୟ ଏହାର ।ଏହା କୌଣସି ଦଳୀୟ କାଯ୍ୟକ୍ରମ ନୁହେଁ ଏଥିରେ ସମସ୍ତେ ସହଯୋଗ କରିବା ପାଇଁ ନିରଦେଶ ରହିଛି।

କିନ୍ତୁ ଆଜି ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ସତ୍ୟଭାମାପୁର ପଞ୍ଚାୟତରେ ।କେବଳ ହାତ ଗଣତି ଆଶା କର୍ମୀ ଓ ଅଙ୍ଗନବାଡି ଦିଦିଙ୍କୁ ଛାଡି କେହି ଉପସ୍ଥିତ ନଥିଲେ ।ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।ଏହି ରଥ ଆସିବା ନେଇ ପଞ୍ଚାୟତରେ ପୂର୍ବ ରୁ ପ୍ରସ୍ତୁତି ବୈଠକ ହୋଇଥିଲେ ମଧ୍ୟ କୌଣସି ଏସ ଏଚଜି ମହିଳା ଗୋଷ୍ଠୀର ମହିଳା ମାନେ ଆସିଥିଲେ ଯାହା ସାଧାରଣରେ ଅଭିଯୋଗ ହେଉଛି ।

ଏପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ବୁଲୁଥିବା ବେଳେ ଶହଶହ ମହିଳା ସ୍ୱଆଗତ କରିଥିଲେ ମଧ୍ୟ ଏହି ମୋଦୀ ଗ୍ୟାରେଣ୍ଟି ରଥକୁ ସ୍ୱଆଗତ କରିବାକୁ କେହିନଥିଲେ ।ଶେଷରେ ଅଭିଯୋଗ ପାଇ ସାଲେପୁର ଏବିଡିଓ ଓ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିବାର ପ୍ରତିଶୃତି ଦେଇଥିଲେ ।ସତରେ ଏହା ଏକ ବିଡମ୍ବନାର ବିଷୟ ।ଦେଖାଯାଉ ସରକାରୀ ଅଫିସର ଏହାର କି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.