ଆଜି ଲୋକାର୍ପିତ ହେବାକୁ ଯାଉଛି ଭାରତର ସର୍ବବୃହତ ସାମୁଦ୍ରିକ ସେତୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ଲୋକାର୍ପିତ ହେବାକୁ ଯାଉଛି ଭାରତର ସର୍ବବୃହତ ସାମୁଦ୍ରିକ ସେତୁ । ୨୨ କିଲୋମିଟର ଦୂରତାର ଏହି ‘ଅଟଳ ସେତୁ’କୁ ଆଜି ଦେଶବାସୀଙ୍କ ପାଇଁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁମ୍ବାଇରୁ ନଭି ମୁମ୍ବାଇକୁ ଏହା ସମୁଦ୍ର ଜରିଆରେ ସଂଯୋଗ କରିବ। ୨୨ କିଲୋମିଟର ଲମ୍ବ ଏହି ସେତୁ ଭାରତୀୟ ଇଞ୍ଜିନିୟରିଂ ଏକ ବଳିଷ୍ଠ ଉଦାହରଣ।

ପ୍ରତିଦିନ ମୁମ୍ବାଇରୁ ନଭି ମୁମ୍ବାଇ ଯିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ। କିନ୍ତୁ ଏହା ଦ୍ୱାରା ମାତ୍ର କିଛି ମିନିଟରେ ଏବେ ପହଞ୍ଚି ହେବ। MTHL ହେଉଛି ଏକ ୬ ଲେନ୍‌ ବିଶିଷ୍ଟ ବ୍ରିଜ । ଏହି ବ୍ରିଜର ଅଧିକାଂଶ ଭାଗ ସମୁଦ୍ରରେ ରହିଛି । ୧୬.୫୦ କିଲୋମିଟର ସମୁଦ୍ରରେ ରହିଥିବା ବେଳେ ସ୍ଥଳଭାଗରେ ମାତ୍ର ୫.୫ କିଲୋମିଟର ରହିଛି । ଲମ୍ବା ରାସ୍ତାକୁ କମ୍‌ ସମୟରେ ଅତିକ୍ରମ କରିବା ପାଇଁ ଏହି ବ୍ରିଜଟି ତିଆରି କରାଯାଇଛି । ମୁମ୍ବାଇ ଓ ନାଭି ମୁମ୍ବାଇ ମଧ୍ୟରେ ଦୂରତାକୁ ଏହି ବ୍ରିଜ ଜରିଆରେ ମାତ୍ର ୨୦ ମିନିଟରେ ଅତିକ୍ରମ କରି ହେବ । ପୂର୍ବରୁ ଏହି ରାସ୍ତା ଅତିକ୍ରମ କରିବାକୁ ୨ଘଣ୍ଟା ସମୟ ଲାଗିଥାଏ ।

କ୍ୟାବିନେଟ ବୈଠକରେ ଅଟଳ ସେତୁର ଟୋଲ ଦରକୁ ମଞ୍ଜୁରୀ ଦେଇଛନ୍ତି ମହାରାଷ୍ଟ୍ର ସରକାର । ତେବେ ଏହା କେବଳ କାର୍ ଚାଳକଙ୍କ ପାଇଁ ବୋଲି ଜାଣିବାକୁ ମିଳିଛି । ୨୨ କିଲୋମିଟର ଦୂରତା ଏହି ସେତୁ ଲୋକାର୍ପଣ ପରେ ୨ ଘଣ୍ଟାର ଯାତ୍ରା ମାତ୍ର ୨୦ ମିନିଟ ମଧ୍ୟରେ ସମ୍ଭବ ହୋଇପାରିବ । ମୁମ୍ବାଇ ଏୟାରପୋର୍ଟ ଏବଂ ନୂଆ ମୁମ୍ବାଇ ଏୟାରପୋର୍ଟ ମଧ୍ୟରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିବ ଏହି ଅଟଳ ସେତୁ । ଭରତର ଏହି ସର୍ବବୃହତ ସେତୁ ପ୍ରକଳ୍ପ ନିର୍ମାଣ ପାଇଁ ମୋଟ ୨୧,୨୦୦ କେଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏଥିପାଇଁ ୧୫,୧୦୦ ହଜାର କୋଟି ଋଣ ହୋଇଥିବା ଜାଣିବାକୁ ମିଳିଛି ।

Leave A Reply

Your email address will not be published.