ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା ।
ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ତେବେ ଆଜି ତାଙ୍କର ପବିତ୍ର ଜନ୍ମ ଜୟନ୍ତୀ । ଏହାସହ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀକୁ ସାରା ଭାରତ ବର୍ଷ ‘ଜାତୀୟ ଯୁବ ଦିବସ’ ଭାବେ ପାଳନ କରିଥାଏ। ବିଶ୍ୱକୁ ଜୟ କରିବା ପାଇଁ ବିବେକାନନ୍ଦଙ୍କ ଅସ୍ତ୍ର ଥିଲା ଶିକ୍ଷା ଏବଂ ଶାନ୍ତି। ସନାତନ ଧର୍ମ, ବେଦାନ୍ତ ଶାସ୍ତ୍ର ଓ ଯୋଗ ଦର୍ଶନକୁ ପାଶ୍ଚାତ୍ୟ ଜଗତରେ ସୁପରିଚିତ କରାଇବାରେ ବିେବକାନନ୍ଦଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ। ୧୮୬୩ ଆଜିର ଦିନରେ ବିବେକାନନ୍ଦ କଲିକତାର ସିମିଳାପଲ୍ଲୀରେ ଏକ ରକ୍ଷଣଶୀଳ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବିଶ୍ବନାଥ ଦତ୍ତ କଲିକତା ହାଇକୋର୍ଟର ଓକିଲ ଥିେଲ ଓ ତାଙ୍କ ମା’ ଭୁବନେଶ୍ବରୀ େଦବୀ ଆଧ୍ୟାତ୍ମିକତାରେ ରୁଚି ରଖୁଥିେଲ।
ପିଲାବେଳେ ସେ ନରେନ୍ଦ୍ର ନାଁରେ ପରିଚିତ ଥିଲେ। ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ଯୁଗ୍ମ ସଚିବ ନୀତୀଶ କୁମାର ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଚଳିତ ବର୍ଷ ଜାତୀୟ ଯୁବ ମହୋତ୍ସବର ବିଷୟବସ୍ତୁ ହେଉଛି “ମୋ ଭାରତ-ବିକଶିତ ଭାରତ @ ୨୦୪୭-ଯୁବକମାନଙ୍କ ଦ୍ୱାରା-ଯୁବକମାନଙ୍କ ପାଇଁ”। ଯୁଗ୍ମ ସଚିବ କହିଛନ୍ତି ଯେ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ସାଂସ୍କୃତିକ ଐତିହ୍ୟର ବିବିଧତା ପ୍ରଦର୍ଶନ କରିବେ।