ଆଜିଠୁ ବଢିବ ଥଣ୍ଡା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶର ଉତ୍ତର ପ୍ରାନ୍ତରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ପରିସ୍ଥିତି ଦେଖିବାକୁ ମିଳିଛି। ଯାହାଫଳରେ ରାଜଧାନୀରେ ଜିରୋ ଭିଜିବିଲିଟି ପରିସ୍ଥିତି ଉପୁଜିଛି। ଘନ କୁହୁଡି କାରଣରୁ ଆଜି ଦିଲ୍ଲୀରେ ପରିସ୍ଥିତି ସଙ୍ଗୀନ ରହିଛି। ଜିରୋ ଭିଜିବିଲିଟିରେ ସାମିଲ ହୋଇଥିବା ରାଜଧାନୀରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି।
ଭାରତୀୟ ପାଣିପାଗ ବିଭାଗ ସକାଳ ୪.୩୦ ସମୟରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜିରୋ ମିଟରରେ ଦୃଶ୍ୟମାନତା ବା ଜିରୋ ଭିଜିବିଲିଟି ରେକର୍ଡ କରିଛି।

ଅନ୍ୟପଟେ ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟର ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଢେଙ୍କନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଓ ନବରଙ୍ଗପୁର ଆଦିରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଶୁକ୍ରବାର ପରେ କୁହୁଡ଼ିର ପ୍ରକୋପ କମିବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଶୀତର ପ୍ରକୋପ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.