ଜୀ-ସାର୍ଥକରେ ହୋଲି ସ୍ପେସାଲ ପ୍ରୋଗ୍ରାମ “ହୋଲି – ସମ୍ପର୍କର ରଙ୍ଗ”, ଏଇ ରବିବାର ସନ୍ଧ୍ୟା ୬:୩୦ ରେ

0

ଏଥର ହୋଲିରେ ଜୀ-ସାର୍ଥକ ବୋଳିବ ଭିନ୍ନ ଏକ ରଙ୍ଗ । ଉଡିବ ସାତ ରଙ୍ଗର ଅଭିର । ସମ୍ପର୍କର ରଙ୍ଗକୁ ନେଇ ହେବେ ରଙ୍ଗୀନ ହେବ ଏଥରର ହୋଲି । ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତରେ ଏଥର ହୋଲିରେ ଦେଖିବେ ଦର୍ଶକ ଏକ ନିଆରା କାହାଣୀ ଯେଉଁଥିରେ ସମ୍ପର୍କର ବିଭିନ୍ନ ରଙ୍ଗକୁ ଏକ ଭିର୍ଣ୍ଣ ଢଙ୍ଗରେ ପରିବେଷଣ କରାଯାଇଛି । ଏହି ସ୍ପେସାଲ ହୋଲି ପ୍ରୋଗ୍ରାମରେ ଜୀ-ସାର୍ଥକର ସମସ୍ତ ବଡ ବଡ ସେଲିବ୍ରିଟ୍ରି ଅଭିନୟ କରିବା ସହ ସମ୍ପର୍କର ରଙ୍ଗ ମାଧ୍ୟମରେ ଆପଣଙ୍କୁ ଆମୋଦିତ କରିବେ ।

କଥା ରେ ଅଛି ସମ୍ପର୍କ ହୃଦୟରୁ ହିଁ ହୁଏ । ହସ ଖୁସିର ସଂସାରରେ ଯୋଡି ହୋଇଛି ସମ୍ପର୍କର ସେତୁ । ଜୀ ସାର୍ଥକର ସମସ୍ତ ସେଲିବ୍ରିଟଙ୍କୁ ନେଇ ଅଭିନବ ଏବଂ ନିଆରା କାର୍ଯ୍ୟକ୍ରମ । ହୋଲିରେ କିଛି ଭିନ୍ନତା ଆଣିବା ପାଇଁ ଜ଼ୀ ସାର୍ଥକ ପ୍ରସ୍ତୁତ କରିଛି “ହୋଲି – ସମ୍ପର୍କର ରଙ୍ଗ”, ଯେଉଁଥିରେ ଅଛି ଭରପୁର ମନୋରଞ୍ଜନ ଓ ମନ ଛୁଆଁ ଏକ କାହାଣୀ । ମାର୍ଚ୍ଚ ୫ ତାରିଖ ସଂଧ୍ୟା ସାଢେ ୬.୩୦ମିରେ ଦେଖିବାକୁ ପାଇବେ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଲି ସମ୍ପର୍କର ରଙ୍ଗ ।

କାର୍ଯ୍ୟକ୍ରମଟି ନିଶ୍ଚିତ ଲୋକାଦୃତ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ । ଅଗଣିତ ଓଡିଆ ଦର୍ଶକଙ୍କୁ ହୋଲିର ଅଗ୍ରୀମ ଶୁଭେଛା ଓ ଶୁଭକାମନା ।

Leave A Reply

Your email address will not be published.