ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିସି ରେ ଶୁଭଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିସି ରେ ଶୁଭଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ | କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚଦନଗର ପଂଚାୟତ ବନ୍ତୋ ଠାରେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଶୁଭ ଶିଳାନ୍ୟାସ କରିଛନ୍ତି |

ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ହର ପାର୍ବତୀ ମନ୍ଦିର ଠାରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ. ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ | ନଗର ମହିଳା ବିଜେଡି ସଭାନେତ୍ରୀ କାଉସିଲର ଲାଶ୍ୟମୟୀ ସାହୁ ଓ କାଉସିଲର ମୃତ୍ୟୁଞ୍ଜୟ ପାଢ଼ୀ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି | ଗତ 2022 ମସିହା ବିଧାନସଭା ଶୀତ ଅଧିବେଶନରେ ରାଜନଗର ବିଧାୟକ ଧ୍ରୁବ ସାହୁ ଭିତରକନିକା, ଜୈବ ବିବିଧତା, ଅଲିଫି ଲିଡଲେ, କଇଁଛ, କୁମ୍ଭୀର ସମ୍ପର୍କରେ ଗବେଷଣା ସହ ଯୁବକ, ଛାତ୍ର, ଓ ଶିକ୍ଷାବିତ ସର୍ବପରି ବିଜ୍ଞାନିକମାନେ ଗବେଷଣା କରିବା ପାଇଁ ପଟ୍ଟାମୁଣ୍ଡାଇ ଓ ରାଜନଗର ଜିଲ୍ଲା ବିଜ୍ଞାନକେନ୍ଦ୍ର ପ୍ରତିଷ୍ଠା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଦୃଷ୍ଟି ଆକର୍ଷଣ କରିଥିଲେ |

ବିଧାୟକ ଙ୍କ ଅନୁରୋଧ ରକ୍ଷ୍ୟାକରି ମୁଖ୍ୟମନ୍ତ୍ରୀ ପଟ୍ଟାମୁଣ୍ଡାଇ ବନ୍ତୋ ଠାରେ ଜିଲ୍ଲା ବିଜ୍ଞାନକେନ୍ଦ୍ର ପାଇଁ ଶୁଭ ଶିଳାନ୍ୟାସ କରିଛନ୍ତି | ଅଞ୍ଚଳ ବାସୀଙ୍କ ତରଫରୁ ବ୍ଲକ ଓ ପୌର ଅଧକ୍ଷ ସମେତ ସାମ୍ବାଦିକ ସମିଳନୀରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ, ବିଜ୍ଞାନ କାରିଗରୀ ମନ୍ତ୍ରୀ ଓ ରାଜନଗର ବିଧାୟକ ଙ୍କୁ କୃତଜ୍ଞତା ଜ୍ଞାପନ କାରିଛନ୍ତି |

Leave A Reply

Your email address will not be published.