ଗୋହିରା ଓ ଗଁପୁର ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ଭର୍ଚୁଆଲ ମୋଡ଼ରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୋହିରା ଓ ଗଁପୁର ପଞ୍ଚାୟତ ରେ ଆମ ବ୍ୟାଙ୍କ ସେବା ଭର୍ଚୁଆଲ ମୋଡ଼ରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ | ଆଜି ଦ୍ୱିତୀୟ ପ୍ରଜାୟରେ ଘଷିପୁରା ବ୍ଳକ ର ଗୋହିରା ଓ ଗଁପୁର ଗ୍ରାମ ପଞ୍ଚାୟତ ବରେ ବ୍ୟାଙ୍କିଙ୍ଗ ସେବା ପାଇଁ ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ଏହି ପରିପ୍ରେକ୍ଷୀରେ ଘଷିପୁରା ବ୍ଲକ ଗୋହିରା ଓ ଗଁପୁର ପଞ୍ଚାୟରେ ଆଜି ଆମ ବ୍ୟାଙ୍କ ଉଦ୍ ଘାଟନ ହୋଇଛି ।

ଗଁପୁର ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ,ସଂମାନିତ ଅତିଥି ଭାବେ ଘଷିପୁରା ବିଡ଼ିଓ ମାନସ ରଞ୍ଜନ ସାମଲ , ସହାୟକ ଯନ୍ତ୍ରୀ ଲଷ୍ମୀ ପ୍ରିୟା ଜେନା, କନିଷ୍ଠ ଯନ୍ତ୍ରୀ ସସ୍ମିତା ପାତ୍ର, ସରପଞ୍ଚ ରୀନା ଜେନା, ପଞ୍ଚାୟତ ଅଧିକାରୀ ରଶ୍ମି ରଞ୍ଜନ ମହାରଣା, ଗ୍ରାମ ସେବକ ଦିବ୍ୟ ଲୋଚନ ପଣ୍ଡା, ସମାଜ ସେବୀ ଶରତ ଜେନା ଯୋଗଦେଇ ଥିଲେ |

ସେହିପରି ଗୋହିରା ପଞ୍ଚାୟତ ରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ପରେଶ କୁଅଁର, ସରପଞ୍ଚ ମନ୍ଦାକିନି ପାତ୍ର, ସମିତି ସଭ୍ୟ ରଶ୍ମି ରାଣୀ ନାୟକ, ସମାଜ ସେବୀ ପ୍ରସନ୍ନ ପାତ୍ର ଯୋଗଦେଇ ଥିଲେ ବ୍ୟାଙ୍କ ମିତ୍ର ଜାନକୀ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ବ୍ୟାଙ୍କ ଦ୍ୱାରା ଆମ ଅଞ୍ଚଳର ଲୋକ ମାନେ ଉପକୃତ ହୋଇପାରିବେ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମ ରେ ଗୋହିରା ଓ ଗଁପୁର ପଞ୍ଚାୟତ ଓ ଆଖ ପାଖ ଅଞ୍ଚଳବାସୀ ବହୁ ସଂଖ୍ୟକ ଯୋଗ ଦେଇଥିଲେ ।

Leave A Reply

Your email address will not be published.