ମର୍ମାନ୍ତୁତ ସଡ଼କ ଦୁର୍ଘଟଣା ସ୍କୁଟି ଓ ବାଇକ ମୁହାଁ ମୁହିଁ ଧକ୍କା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମର୍ମାନ୍ତୁତ ସଡ଼କ ଦୁର୍ଘଟଣା ସ୍କୁଟି ଓ ବାଇକ ମୁହାଁ ମୁହିଁ ଧକ୍କା , ଘଟଣା ସ୍ଥଳରେ ତିନି ମୃତ। ଆଜି ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି ଯୋଉଥିରେ ୩ଜଣଙ୍କ ଘଟଣା ସ୍ଥଳରେ ମୁର୍ତ୍ୟୁ ଘଟିଛି |ତେବେ ଏପରି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ବାଲିଯୋଡ଼ା ଛକରେ |

ସୂଚନା ଅନୁଯାୟୀ ଗୁଡ଼ିଆଲବନ୍ଧ ର ଦୁଇ ଯୁବକ ଏକ ବାଇକ ରେ କେରକ ଆଡକୁ ଯାଉଥିବା ବେଳେ ବିପରୀତ ପଟୁ ସ୍କୁଟିରେ ଆସୁଥିବା ଯୁବକ ଜଣକ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ହୋଇଥିଲା ଯେ ସ୍କୁଟି ଏବଂ ବାଇକ ସମ୍ପୂର୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା ତାସହିତ ଘଟଣା ସ୍ଥଳରେ ତିନିଜଣଙ୍କ ପ୍ରାଣବାୟୁ ଉଡିଯାଇଥିଲା।ଏବିଷୟରେ ବଡ଼ସାହି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲକୁ ଆଣିଥିଲା |

ତାସହିତ ଗାଡି ଦୁଇଟିକୁ ଜବତ କରି କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି | ମୃତକଙ୍କ ମଧ୍ୟରୁ ଦୁଇଜଣ ଗୁଡ଼ିଆଲବନ୍ଧ ର ଆକାଶ ବିନ୍ଧାଣି ବୟସ (୨୦) ଓ ଲକ୍ଷ୍ମଣ ସିଂ ବୟସ (୧୯) ହୋଇଥିବା ବେଳେ ଜଣେ ଜଦୁନାଥପୁର ଅଂଚଳର ରାଜେନ ସିଂ ବୟସ (୨୮)ବୋଲି ଜଣାପଡିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Leave A Reply

Your email address will not be published.