ରିମାଣ୍ଡରେ ଆସିବ ହନିଟ୍ରାପ୍ କୁଇନ୍ ଇରାନୀର ସ୍ବାମୀ ନିଶିକାନ୍ତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରିମାଣ୍ଡରେ ଆସିବ ହନିଟ୍ରାପ କୁଇନ୍ ଇରାନୀ ପାତ୍ରର ସ୍ୱାମୀ ନିଶିକାନ୍ତ ପାତ୍ର ।  ଭୁବନେଶ୍ୱର ଇରାନୀ ଗ୍ୟାଙ୍ଗର ସଦସ୍ୟ ଗିରଫ ମାମଲାରେ ୫ ଦିନ ରିମାଣ୍ଡରେ ଆଣିବା ଲାଗି ଏସଡିଜେଏମ୍ କୋର୍ଟରେ ଆବେଦନ କରିବ ତମାଣ୍ଡୋ ଥାନା ପୋଲିସ । ରିମାଣ୍ଡରେ ଆସିଲେ ଖୋଲିବ ହାନିଟ୍ରାପ୍ ଲିଙ୍କ୍ । ଆଗକୁ ଇରାନୀକୁ ମଧ୍ୟ ରିମାଣ୍ଡରେ ଆଣିବ ପୋଲିସ । ଏବେ ସୁଦ୍ଧା ଗ୍ୟାଙ୍ଗ ବିରୋଧରେ ୩ଟି ମାମଲା ରୁଜୁ ହୋଇଛି । ୩ ଜଣଙ୍କ ମଧ୍ୟରେ ଜଣେ ଡାକ୍ତର, ଛାତ୍ର ଓ ବୋଲଗୋଡ଼ର ଜଣେ ଗ୍ରୋସରୀ ବ୍ୟବସାୟୀ ଅଛନ୍ତି । ଇରାନୀ ଓ ତାଙ୍କ ସ୍ୱାମୀର ସିଡିଆର ଆନାଲିସିସ୍  କରୁଛି ପୋଲିସ । ଏପରିକି ସେମାନଙ୍କ ମୋବାଇଲକୁ ଜବତ କରି ତଦନ୍ତ ଲାଗି ଫୋରେନସିକ୍ ଲ୍ୟାବ୍‌କୁ ପଠାଇଛି ପୋଲିସ ।  ଡାକ୍ତର ପରେ ଅନ୍ୟ ୩ ଜଣକୁ ପକାଇଥାନ୍ତା ମଧୁଫାସ । କଳିଙ୍ଗନଗରର ଜଣେ ବ୍ୟବସାୟୀଙ୍କୁ ୩ ଲକ୍ଷ ଟଙ୍କା ଲୁଟିଛନ୍ତି । ଲୋକଲଜ୍ଜା ଭୟରେ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିନାହାନ୍ତି । ସାରା ରାଜ୍ୟରେ ଠକେଇ କରିଥିବା ପୋଲିସ ସନ୍ଦେହ କରୁଛି । ଠକେଇର ଶିକାର ହୋଇଥିଲେ ଥାନାରେ ଅଭିଯୋଗ କରିବାକୁ ପୋଲିସ ଅପିଲ କରିଛି ।

ସୂଚନାଯୋଗ୍ୟ ଯେ, ବିରିୟାନୀ, ମଦ ସହ ଘରକୁ ଡାକି ଇରାନୀ କରିଥିଲେ ବ୍ଲାକମେଲ୍ । ଏପିରିକି ଦୁଷ୍କର୍ମ କରିବା ଅଭିଯୋଗରେ ୨ ଲକ୍ଷ ଟଙ୍କା ଦାବି କରିଥିଲେ ଇରାନୀ। ଲୋକଲଜ୍ଜା ଭୟରେ ସେତେବେଳେ ଛାତ୍ର ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇନଥିଲେ । ଗ୍ରୋସରୀ ଦୋକାନୀ ମଧ୍ୟ ଦେହ ସୌଦାରେ ଠକେଇର ଶିକାର ହୋଇଛନ୍ତି । ରାସନ କିଣିବା ବେଳେ ଦୋକାନୀ ମଧୁଫାଶରେ ପଡ଼ିଥିଲେ । ପ୍ରତିଷ୍ଠିତ ଡାକ୍ତର, ବିଲ୍ଡର, ରାଜନେତା ଠକେଇର ଶିକାର ହୋଇଥିବା ସନ୍ଦେହ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ ତମାଣ୍ଡୋ ପୋଲିସ । ପୂର୍ବରୁ ଚିକିତ୍ସା ବାହାନାରେ ହାନିଟ୍ରାପ୍ ଘଟଣାରେ ଲେଡି ଡନ୍ ଇରାନୀ ଓ ୩ ସହଯୋଗୀ ଗିରଫ ହୋଇଛନ୍ତି । ଡାକ୍ତରଙ୍କୁ ବ୍ଲାକମେଲ୍ କରୁଥିବା ବେଳେ ତମାଣ୍ଡୋ ପୋଲିସ ବାନ୍ଧିଥିଲା । ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି, ଇରାନୀ ୭ ମାସ ତଳେ ଯାଜପୁର ମଙ୍ଗଳପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ସେଠାକାର ପୋଲିସଙ୍କୁ ଏକ ହ୍ୱାଟସ୍‌ଆପ୍‌ ଚାର୍ଟ ଦେଖାଇଥିଲେ । ସେଥିରେ ଜଣେ ବୟସ୍କ ବ୍ୟକ୍ତି ଇରାନୀଙ୍କ କିଛି ଉଲଗ୍ନ ଫଟୋ ଓ ଭିଡିଓ ପଠାଇଥିଲେ । ଏହାକୁ ଢାଲ କରି ବୟସ୍କ ବ୍ୟକ୍ତିଜଣଙ୍କ ସେକ୍ସ ପାଇଁ ବ୍ଲାକ୍‌ମେଲ୍‌ କରୁଥିବା ଚାର୍ଟରେ ଉଲ୍ଲେଖ ଥିଲା । କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଇରାନୀଙ୍କ ବଡ଼ବାପା ବୋଲି ପୋଲିସ ଜାଣିବାକୁ ପାଇଥିଲା।

Leave A Reply

Your email address will not be published.