ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି କାଲି ବେଶୀ ଦିନ ଥଣ୍ଡା ଲାଗିବାରୁ ଆସ୍ଥମା ବାହାରି ଥାଏ । ଆଉ ଯାହା ଫଳରେ ଆସ୍ଥମା ସମସ୍ୟା ହୋଇଥାଏ । ତେଣୁ ଆସ୍ଥମା ରୋଗୀଙ୍କ ମନରେ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ ସେମାନେ ଡାଏଟ୍ରେ କଣ ସାମିଲ୍ କରିବା ଉଚିତ୍ । ଚାଲନ୍ତୁ ଜାଣିବା ଆସ୍ଥମା ରୋଗୀଙ୍କ ଡାଏଟ୍ରେ କଣ ସାମିଲ୍ ହେବା ଆବଶ୍ୟକ । ଶୀତଦିନେ ଏହି ସମସ୍ୟା ବଢିଥାଏ । ରୋଗୀକୁ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ ।ଏହା ହାର୍ଟ ଓ ଫୁସ୍ଫୁସ୍ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । କେବେ କେବେ ରୋଗୀ ଏତେ ମାତ୍ରାରେ ପ୍ରଭାବିତ ହୁଏ ଯେ ଇନ୍ହେଲର୍ ବା ଔଷଧ ନେବାକୁ ପଡିଥାଏ । ଏହାବ୍ୟତୀତ ଆସ୍ଥମା ରୋଗୀଙ୍କ ପାଇଁ କିଛି ଖାଦ୍ୟ ମଧ୍ୟ ଲାଭଦାୟକ ହୋଇଥାଏ, ଯାହା ସମସ୍ୟାକୁ ସାମାନ୍ୟ କମ୍ କରିଥାଏ ।
ପାଳଙ୍ଗ : ଆସ୍ଥମା ରୋଗୀଙ୍କ ପାଇଁ ପାଳଙ୍ଗ ବେଶ୍ ଲାଭଦାୟକ । କାରଣ ଏହି ରୋଗୀଙ୍କଠାରେ ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ର ଅଭାବ ହୋଇଥାଏ, ଯାହା ଆସ୍ଥମାକୁ ବଢାଇଥାଏ । ତେଣୁ ପୋଷକ ତତ୍ତ୍ୱରେ ଭରା ପାଳଙ୍ଗ ଖାଇବା ଦ୍ୱାରା ରୋଗର ଲକ୍ଷଣ ହ୍ରାସ ପାଇଥାଏ ।
ସନ୍ତରା: ଏହା ଭିଟାମିନ୍-ସି’ରେ ଭରା । ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଏପରିକି ଆସ୍ଥମା ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଗବେଷଣାରୁ ଜଣାପଡିଛି ଯେ ଅଧିକ ଭିଟାମିନ୍ ସି ଖାଉଥିବା ବ୍ୟକ୍ତିଙ୍କଠାରେ ଆସ୍ଥମା ସମସ୍ୟା ପ୍ରାୟତଃ ଦେଖାଦେଇ ନଥାଏ।
ଅଦା: ଆସ୍ଥମା ରୋଗୀଙ୍କ ପାଇଁ ଏହା ରାମବାଣ ଭାବେ କାମ କରିଥାଏ । ଏହା ଗଳା ସଂକ୍ରମଣରୁ ରକ୍ଷା କରିଥାଏ । ଅଦାକୁ ପାଣିରେ ଫୁଟାଇ ସେହି ପାଣିରେ ଏକ ଚାମଚ ମହୁ ପକାଇ ପିଇବା ଦ୍ୱାରା ଖୁବ୍ ଫାଇଦା ମିଳିଥାଏ ।