ହ୍ୟୁମାନ ସାଗର ଶ୍ରୀୟା ବିବାଦ ମାମଲା: ଏକାଠି ହେବେ ଦମ୍ପତି, ତୁଟିଲା ମନମାଳିନ୍ୟ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଉଭୟ ମଧ୍ୟରେ ହୋଇଗଲା ଆପୋଷ ସମାଧାନ।ଏକ ମାସ ଭିତରେ ଶାଶୁ ଘରକୁ ଫେରିବେ ଶ୍ରୀୟା ।ଯାହାବି ମନ ମାଳିନ ହୋଇଥିଲା ତାହା ଉଭୟ ମିଶି ସମାଧାନ କରିବେ। ଯେବେ ଶ୍ରୀୟା ଆସିବେ ହ୍ୟୁମାନଙ୍କ ଘରକୁ ମହିଳା ଥାନାକୁ ଜଣେଇବେ। ଆଉ ଏଭଳି ଘଟଣା ପୁନର୍ବାର ନ ହେବ ତା ଉପରେ ଧ୍ୟାନ ଦେବେ ଉଭୟ।

ପ୍ରଥମେ ୧୮ ତାରିଖ ରେ ଉଭୟ କଟକ ମହିଳା ଥାନାକୁ ଆସିଥିଲେ। ହ୍ୟୁମାନ ଓ ତାଙ୍କ ମା ସେହିଦିନ ଆପୋଷ ବୁଝାମଣା ପାଇଁ ଚାହିଁଥିଲେ।କିନ୍ତୁ ଶ୍ରୀୟା ୨ ଦିନ ସମୟ ନେଇଥିଲେ। ୨୧ ତାରିଖକୁ ଉଭୟଙ୍କୁ ଆସିବାର ଥିଲା। ହେଲେ ଶ୍ରୀୟାଙ୍କ ମା ଓ ବାପାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ଶ୍ରୀୟା ୨୧ ତାରିଖ ଦିନ ଆସିପାରିବେନାହିଁ ବୋଲି ମହିଳା ଥାନାର ଆଇଆଇସିଙ୍କୁ ଜଣାଇଥିଲେ। ୩୦ ତାରିଖ ଆସିବେ ମହିଳା ଥାନାକୁ କହିଥିଲେ ଶ୍ରୀୟା। ପରେ ମହିଳା ଥାନା ପୋଲିସ ପକ୍ଷରୁ ୩୦ ତାରିଖରେ ହ୍ୟୁମାନକୁ ଆସିବା ପାଇଁ କୁହାଯାଇଥିଲା। ଶ୍ରୀୟା ଆଜି ମହିଳା ଥାନାକୁ ଆସିବା ପରେ ଉଭୟଙ୍କୁ କାଉଁସିଲିଂ କରାଯାଇଛି।

Leave A Reply

Your email address will not be published.