ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ଗୋପାଳ ଦାସ । ଗୁଳିମାଡ଼ରେ ଏକୁଟିଆ ଗୋପାଳ ନା ଆଉ କିଏ ? କ୍ରାଇମବ୍ରାଞ୍ଚ ଚଳାଇଛି ତନାଘନା । ଗୋଟି ଗୋଟି ସବୁ ସତ ଜାଣିବାକୁ ଭରପୁର ଉଦ୍ୟମ ଚଳାଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଛନ୍ତି । ଗୋପାଳ ଦାସକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ୭ ଦିନିଆ ରିମାଣ୍ଡ ଆଣିବାକୁ ଆଦେବନ କରିବ କ୍ରାଇମବ୍ରାଞ୍ଚ ।
ସୁନ୍ଦରଗଡ଼ ରିଜର୍ଭ ଅଫିସରେ ଦୀର୍ଘ ସମୟ ଧରି ଗୋପାଳକୁ ପଚରାଉଚରା କରାଯାଇଥିଲା । ୫୦ରୁ ଅଧିକ ପ୍ରଶ୍ନ କ୍ରାଇମବ୍ରାଞ୍ଚ ଅଧିକାରୀ । କାହିଁକି ଗୁଳି କଲେ ? କେବେଠୁ ନବ ଦାସଙ୍କୁ ଜାଣିଥିଲେ ? ବ୍ୟକ୍ତିଗତ ଭାବେ ନବ ଦାସଙ୍କୁ ଭେଟିଥିଲେ କି ? ଏକାକୀ ଗୁଳି ଚଳାଇଥିଲା ନା ଆଉ କିଏ ସହଯୋଗ କରିଥିଲେ ? ସେ କାହିଁକି ହତ୍ୟା କଲା? ଗୁଳିକାଣ୍ଡର କାରଣ କଣ ? ପୂର୍ବରୁ ବିବାଦ ଥିଲା ନା ଶତ୍ରୁତା ? ଗୋପାଳ ଦାସ ପ୍ରାକ୍ ପ୍ରସ୍ତୁତି ସହ ଘଟଣାସ୍ଥଳରେ ରହିଥିଲା କି ? ଜେରା ବେଳେ ସବୁ ସତ ମାନିଛି ଗୋପାଳ ଦାସ । କ୍ରାଇମବ୍ରାଞ୍ଚକୁ କହିଛି କାହିଁକି ମାରିଲା ତାର କାରଣ । ଘଟଣାରୁ ସ୍ପଷ୍ଟ ଯେ, ଯୋଜନାବଦ୍ଧ ଭାବେ ଗୁଳି ଚଳାଇଥିଲା । ତେବେ କେବେଠୁ ଯୋଜନା କରିଥିଲା ଗୋପାଳ ? ଯୋଜନାରେ ଆଉ କାହାକୁ ସାମିଲ କରିଥିଲା କି ? ନବ ଦାସଙ୍କୁ ଟାର୍ଗେଟ କରିଥିବା କଥା ଆଉ କାହାକୁ କହିଥିଲା କି ? ମାନସିକ ରୋଗରୁ ପାଗଳାମୀ କରିଛି କି ? ନା ସୁସ୍ଥ ମାନସିକତାରେ ଗୁଳି ଚଳାଇଛି ? ଏନେଇ ପଚରାଉଚରା ବେଳେ ସବୁ କିଛି ଗୋପାଳ ମାନିଥିବା ସୂଚନା ମିଳିଛି ।
ଅନ୍ୟପଟେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ବ୍ରହ୍ମପୁର ଜଳେଶ୍ୱରଖଣ୍ଡିରେ ପହଞ୍ଚିଛି । ASI ଗୋପାଳଙ୍କ ସ୍ତ୍ରୀ, ଭାଇ ଓ ପରିବାର ଲୋକଙ୍କୁ ପଚରାଉଚରା କରିବ । ତା ପୂର୍ବରୁ କାହାକୁ କିଛି କହିବାକୁ ଗୋପାଳଙ୍କ ପରିବାର ଲୋକଙ୍କୁ ବାରଣ କରାଯାଇଛି । ଗୋପାଳଙ୍କ ହ୍ୟାଣ୍ଡସ୍ୱାବ୍ ଓ ଘଟଣା ସମୟରେ ପିନ୍ଧିଥିବା ପୋଲିସ ଡ୍ରେସ୍କୁ ନେଇଛି କ୍ରାଇମ୍ବ୍ରାଞ୍ଚ ଟିମ୍ । ଅନ୍ୟପଟେ ହଠାତ ଏଭଳି କାଣ୍ଡ କାହିଁକି କଲେ ପରିବାର ଲୋକ କିଛି ବୁଝି ପାରୁନାହାନ୍ତି ବୋଲି କହିଛନ୍ତି ଗୋପାଳଙ୍କ ପତ୍ନୀ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବ୍ରଜରାଜନଗର ଗସ୍ତ ପାଇଁ ASI ଗୋପାଳକୃଷ୍ଣ ଦାସଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା । ୧୨/୧୩ ବର୍ଷ ହେବ ସେ ଝାରସୁଗୁଡ଼ାରେ କାର୍ଯ୍ୟରତ ଥିଲେ। ଏବେ ସେ ବ୍ରଜରାଜନଗର ଗାନ୍ଧି ଛକ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତ ଥିଲେ । ଏଭଳି ସ୍ଥିତିରେ ମନ୍ତ୍ରୀଙ୍କୁ କାହିଁକି ଗୁଳି କଲେ, ସବୁଠି ପ୍ରଶ୍ନ ।.