ପଞ୍ଚଭୁତରେ ଲୀନ ହେଲା ନବ ଦାସଙ୍କ ମରଶରୀର, ଉପସ୍ଥିତ ଥିଲେ ରାଜ୍ୟ ସରକାରଙ୍କ ୩ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପଞ୍ଚଭୁତରେ ଲୀନ ହେଲେ ସ୍ବର୍ଗତ ନବ କିଶୋର ଦାଶ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ, ଅନ୍ତିମ ସଂସ୍କାରରେ ମୁଖ୍ୟ ଶାସନ ସଚିବ, 5ଟି ସଚିବ, ରାଜ୍ୟ ସଂଗଠନ ମୁଖ୍ୟ ପ୍ରଣବ ପ୍ରକାଶ ଦାଶ ଙ୍କ ସମେତ ବହୁ ନେତା ମନ୍ତ୍ରୀ ଉପସ୍ଥିତ। ପୁଅ ବିଶାଳ ଦାଶ ଦେଲେ ମୁଖାଗ୍ନି। ସ୍ତ୍ରୀ, ଝିଅ, ବୋହୁ ଉପସ୍ଥିତ। ଗୁଳିକାଣ୍ଡ କରିଥିବା ଏଏସଆଇ ଦାଶ ଙ୍କୁ କ୍ରାଇମ ବ୍ରାଞ୍ଚ ଜେରା।

ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ସ୍ବର୍ଗତ ଦାଶ ଙ୍କର ଖେରୁଆଲ ଠାରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ଆଜି ସକାଳ ୧୧ ଟାରେ ସ୍ବର୍ଗତ ଦାଶ ଙ୍କର ପାର୍ଥିବ ଶରୀର ପହଁଚିଥିଲା ଝାରସୁଗୁଡା ବିମାନ ବନ୍ଦର ଠାରେ ପହଂଚି ଥିଲା। ବିମାନ ବନ୍ଦରରୁ ଏକ ଅନ୍ତିମ ସଭାଯାତ୍ରା ବାହାରି ସହରର ମୁଖ୍ୟ ରାସ୍ତା ଦେଇ ପ୍ରଥମେ ବେହେରାମାଲ କୁ ଅଟକିଥିଲା। ବେହେରାମାଲ ଠାରେ କିଛି ସମୟ ସ୍ବର୍ଗତ ଦାଶ ଙ୍କର ଦର୍ଶନ ପରେ ଏକ ବିରାଟ ଶୋଭାଯାତ୍ରାରେ ମନମୋହନ ସ୍କୁଲ ପଡ଼ିଆ କୁ ଅଣାଯାଇଥିଲା। ମନମୋହନ ସ୍କୁଲ ପଡ଼ିଆରେ ସମସ୍ତ ସମ୍ପର୍କୀୟ, ଆପଣା ଲୋକ ଦର୍ଶନ କରିବା ପରେ ଖେରୁଆଲ ଠାରେ ଶ୍ରୀ ସ୍ବର୍ଗତ ଦାଶ ଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା।

ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କର ଶେଷ ଶୋଭାଯାତ୍ରାରେ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ବିଜେଡିର ପ୍ରଣବ ପ୍ରକାଶ ଦାଶ, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରସନ୍ନ ଆଚାର୍ଯ୍ୟ, ରିତା ସାହୁ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ,ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ରୋହିତ ପୂଜାରୀ, ଦିବ୍ୟ ଶଙ୍କର ମିଶ୍ର, ଦେବେଶ ଆଚାର୍ଯ୍ୟ, ନାଉରୀ ନାଏକ, ପ୍ରସନ୍ନ ଆଚାର୍ଯ୍ୟ, ରୋହିତ ପୂଜାରୀ, ସମେତ ଜୟ ନାରାୟଣ ମିଶ୍ର, ନାଉରୀ ନାୟକ, କୁସୁମ ଟେଟେ ଝାରସୁଗୁଡା ରେ ଉପସ୍ଥିତ ଥିଲେ।

ସ୍ବର୍ଗତ ଦାଶଙ୍କର ଶେଷ ଦର୍ଶନ ଏବଂ ଶ୍ରଦ୍ଧାଞ୍ଜଳି ଦେବାକୁ 5ଟି ସଚିବ ଭିକେ ପାଣ୍ଡିୟାନ, ଏବଂ ଅନ୍ୟାନ୍ୟ ପ୍ରଶାସାନିକ ଅଧିକାରୀ ଝାରସୁଗୁଡା ଆସିଥିଲେ। ସ୍ବର୍ଗତ ଦାଶ ଙ୍କ ପାର୍ଥିବ ଶରୀରକୁ ସମ୍ବଲପୁର ଝାରସୁଗୁଡା ର ମଧ୍ୟ ବର୍ତୀ ଅଂଚଳ ଖେରୁଆଲ ଠାରେ ପୁଅ ବିଶାଳ ଦାଶ ମୁଖାଗ୍ନି ଦେଇଥିଲେ।ସ୍ଵର୍ଗତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଅନ୍ତିମ ସଂସ୍କାର ସମୟରେ ନବ ଦାଶ ଙ୍କୁ ଶେଷ ଥର ଦେଖିବା ପାଇଁ ଦଶ ହଜାର ରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କର ସମାଗମ ହୋଇଥିଲା।

Leave A Reply

Your email address will not be published.