ଫେବୃଆରୀ ୫ ଉତ୍କଳ ମଣ୍ଡପରେ ଶୁଭାରମ୍ଭ ହେବ “ଶୁଣ ଶ୍ରୀରାମ କାହାଣୀ”, ଯୋଗଦେବେ ଲୋକପ୍ରିୟ ଧାରାବାହିକ ରାମାୟଣର ଶ୍ରୀରାମ ଅରୁଣ ଗୋଭିଲ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୂରଦର୍ଶନ ରେ ସର୍ବାଧିକ ଲୋକପ୍ରିୟ ଧାରାବାହିକ -ରାମାୟଣରେ ଶ୍ରୀରାମ ଚରିତ୍ର ରେ ଅଭିନୟ କରି ହିନ୍ଦୁ ସମସ୍ତ ଙ୍କ ହୃଦୟ ରେ ପ୍ରିୟ ସାଜିଥିବା ଅଭିନେତା ଅରୁଣ ଗୋଭିଲ ଓଡିଶାରେ ଶୁଭାରମ୍ବ କରିବେ “ସୁନୋ ଶ୍ରୀରାମ କାହାଣୀ” ବା “ଶୁଣ ଶ୍ରୀରାମ କାହାଣୀ” l ତାଙ୍କ ସହିତ ଉପସ୍ଥିତ ରହିବେ ପ୍ରାୟ ଚଉଦ ଜଣରୁ ଉର୍ଦ୍ଧ ନାମୀ ଦାମୀ କଳାକାର l ରାମାୟଣ ର ବିଭିନ୍ନ କଥାବସ୍ତୁ କୁ ଅଭିନୟ, ସଂଗୀତ ଓ ଚରିତ୍ର ଚିତ୍ରଣ ମାଧ୍ୟମରେ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯିବ l ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ଫ୍ରେବୁଆରି 5 ତାରିଖ ସନ୍ଧ୍ୟା 5 ଟାରେ ଏହି ସାରସ୍ୱତ ଓ ଆଧ୍ୟାତ୍ମିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ଦୁଇ ହଜାରରୁ ଉର୍ଦ୍ଧ ନିମନ୍ତ୍ରିତ ଅତିଥି ଯୋଗଦେବେ l ରlମାନନ୍ଦ ସାଗରଙ୍କ ରାମାୟଣ ଟିଭି ସିରିଏଲ ରାମଭକ୍ତ ମାନଙ୍କ ମନରେ ଶ୍ରୀରାମ ଚରିତ ଭାବନାକୁ ଜୀବନ୍ତ କରି ଶ୍ରୀ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏହି ନୂଆ କାଯ୍ୟକ୍ରମର ଶୁଭାରମ୍ଭ ମନ୍ଦିର ମାଳିନୀ ନଗରୀ ଭୁବନେଶ୍ୱରରେ କରିବେ l
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କ କୃପା ନେଇ ଫେବୃଆରୀ 5ରୁ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ l ଏହି କାର୍ଯ୍ୟକ୍ରମ କୁ ନିଲମ ଚାରିଟେବୁଲ ଟ୍ରଷ୍ଟ ଆୟୋଜନ କରୁଛି l ଟ୍ରଷ୍ଟର କର୍ମକର୍ତା ମାନେ କାର୍ଯ୍ୟକ୍ରମ ର ସଂଯୋଜନା କରିବେ l ଏହାର ଟ୍ରଷ୍ଟି ଗୌରବ ରାଲହନ , ବାସୁଦେବ ଭଟ୍ଟ, ଲଷ୍ମୀ ନାରାୟଣ ଅଗ୍ରୱାଲ, ସଞ୍ଜୟ ମହାନ୍ତି ଓ ରନି ଦାଶ ପ୍ରମୁଖ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି l ସମସ୍ତଙ୍କ ସୁବିଧା ନିମନ୍ତେ ଏହି କାଯ୍ୟକ୍ରମକୁ ୟୁଟୁବ, ଫେସବୁକ, ଇନଷ୍ଟlଗ୍ରାମ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଲାଇଭ କରାଯିବାର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ଆୟୋଜକ ମାନେ କହିଛନ୍ତି l ଗଜପତି ମହାରାଜl ଶ୍ରୀ ଶ୍ରୀ ଦିବ୍ୟାସିଂହ ଦେବଙ୍କ ସମେତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟ ବିଚାରପତି ଓ ବହୁତ ମାନ୍ୟଗଣ୍ୟ ଅତିଥି ଯୋଗଦେବାର କାଯ୍ୟକ୍ରମ ରହିଛି l ଏଥିରେ ଯୋଗଦେଇ ପ୍ରଭୂ ଶ୍ରୀ ରାମ କଥା ଶୁଣି ରାମ ଲାଲା ଙ୍କ କୃପାଲାଭ କରିବାକୁ ଟ୍ରଷ୍ଟ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି l