ନୃସଂଶ ସ୍ୱାମୀର ଵୀଭତ୍ସ କାଣ୍ଡ: ନିଜ ସ୍ତ୍ରୀକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ଅଖାରେ ଭର୍ତ୍ତି କଲା ସ୍ୱାମୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ପାରିବାରିକ କଳହର କରୁଣ ପରିଣତି । ନିଜ ସ୍ତ୍ରୀକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ଅଖାରେ ଭର୍ତ୍ତି କଲା ସ୍ୱାମୀ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଥାନା ଅନ୍ତର୍ଗତ ପାଳସିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ମୃତ ମହିଳା ଜଣଙ୍କ ହେଲେ ପ୍ରଦୀପ ଦାସଙ୍କ ସ୍ତ୍ରୀ ମାମା ଦାସ ।  ଶବକୁ ଅଖାରେ ଭର୍ତ୍ତି କରି ଫୋପାଡିବାକୁ ନେଉଥିବା ବେଳେ ମୃତ ମହିଳାଙ୍କ ବାପଘର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଅଖା ବସ୍ତାରେରେ ଭର୍ତ୍ତି  ଶବକୁ ପକାଇ ଦେଇ ଶାଶୁ ଘର ଲୋକେ ଫେରାର ହୋଇ ଯାଇଥିଲେ ।  ସୂଚନା ଅନୁଯାୟୀ ମୃତ ମହିଳାଙ୍କ ୧୦ ବର୍ଷ ପୂର୍ବରୁ ବିବାହ ହୋଇଥିବା ବେଳେ ଅଧିକାଂଶ ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା । ବିଭିନ୍ନ ସମୟରେ ଶାଶୁଘର ଲୋକେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ତେବେ ଗତକାଲି କୌଣସି କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାପରେ ଉତକ୍ଷିପ୍ତ ହୋଇ  ସ୍ୱାମୀ ପ୍ରଦୀପ ମାମାଙ୍କୁ ଏକ କଟୁରୀରେ ମାରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ମହିଳାଙ୍କ ମୃତ୍ୟୁ ପରେ ଏହାକୁ ହତ୍ୟାକାଣ୍ତର ରୂପ ଦେବା ପାଇଁ ଅଖାରେ ଭର୍ତ୍ତି କରି ଟ୍ରେନ ଲାଇନକୁ ଫୋପାଡିବାକୁ ନେବା ସମୟରେ ବାପଘର ଲୋକେ ପହଞ୍ଚିବାରୁ ସ୍ୱାମୀ ଶ୍ଵଶୁରଙ୍କ ସମେତ ବାପ ଘର ଲୋକେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ବାପଘର ଲୋକେ ବସ୍ତା ପୋଲିସକୁ ଖବର ଦେବାପରେ ପୋଲିସ ପହଞ୍ଚି ମୃତ ମହିଳାଙ୍କ ଶାଶୁ ଏବଂ ଦିଅରଙ୍କୁ ଥାନାରେ ଅଟକ ରଖିବା ସହ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି।  ମୃତ ମହିଳାଙ୍କ ଜଣେ ୬ ବର୍ଷର ଝିଅ ଏବଂ ୪ ବର୍ଷର ପୂଅ ରହିଛି। ତେବେ ଘଟଣାର ନିରପେକ୍ଷ ତଦନ୍ତ କରି  ଅଭିଯୁକ୍ତ ମାନଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବାପଘର ଲୋକେ ।

 

 

Leave A Reply

Your email address will not be published.