ପ୍ରତିମୂର୍ତ୍ତି ତଳେ ବିଜେପିର ଧାରଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବଡ଼ବଜାର ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାକୁ ଥିବା ବେଳେ, ସାଂସଦ ଙ୍କୁ ଅଣଦେଖା କରାଯାଇଥିବାରୁ ପ୍ରତିମୂର୍ତ୍ତି ତଳେ ବିଜେପି ର ଧାରଣା।

ବିଜେପି – ବିଜେଡି ମୁହାଁ ମୁହିଁ। ସୂଚନା ଅନୁସାରେ ଆଜି ପର୍ଯ୍ୟଟନ ବିଭାଗ ଦ୍ବାରା ଜଳେଶ୍ଵର ବଡ଼ବଜାର ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାକୁ ଥିବା ବେଳେ, ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଉପେକ୍ଷା କରାଯାଇଥିବା ରୁ ବିଜେପି ପକ୍ଷରୁ ପ୍ରତିମୂର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ବେଶ କିଛି ସମୟ ଭାଷଣ ପରେ ପୋଲିସ ବିଜେପି ନେତା ଙ୍କୁ ବୁଝା ସୁଝା କରି ଉଠାଇବା ସମୟରେ ଉଭୟ ବିଜେପି ଏବଂ ବିଜେଡି ମୁହାଁ ମୁହିଁ ହୋଇ ଥିଲେ। କିଛି ସମୟର ଉତେଜନା ପରେ ପୋଲିସ ଘଟଣାକୁ ଆୟତ କରିଥିଲେ।

Leave A Reply

Your email address will not be published.