କେନ୍ଦୁଝରରେ ଶୁଦ୍ଭାରମ୍ଭ ହେଲା ଜୟ ଜଗନ୍ନାଥ ଅର୍ପଣ ରଥ,

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ଅଳତୀ ପଞ୍ଚାୟତ ରେ ଶୁଦ୍ଭାରମ୍ଭ ହେଲା ଜୟ ଜଗନ୍ନାଥ ଅର୍ପଣ ରଥ, ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ହେବ ।

ଏଥିପାଇଁ ବ୍ଳକରୁ ରଥ ବାହାରି ଅଳତୀ ପଞ୍ଚାୟତ ରେ ପହଁଚିବା ପରେ ସରପଞ୍ଚ ପ୍ରିୟବ୍ରତ ବରାଳ, ପିଇଓ ଅଜୟ ନାୟକ, ଜିଆରଏସ ପ୍ରିୟବ୍ରତ ମହାରଣା ଗ୍ରାମର ବରିଷ୍ଠ ବ୍ୟକ୍ତି ସିତାନାଥ ବରାଳ, ଦୀନକୃଷ୍ଣ ଦାଶ, ହରିହର ସ୍ୱାଇଁ ନିରଞ୍ଜନ ମଲ୍ଲିକ , କଳାକାର ସ୍ୱାଇଁ, ଙ୍କସହ ଅଳତୀ ସଙ୍କୀର୍ତ୍ତନ ମଣ୍ଡଳୀ ର ବରିଷ୍ଠ ସଦସ୍ୟ କୁଶଭଦ୍ର ରାଉଳ, ଲମ୍ବୋଦର ମହାରଣା,ରମେନ୍ଦ୍ର ମହାରଣା, ଭିମସେନ ସାମଲ, ଆନନ୍ଦଚନ୍ଦ୍ର ଧଳ,ଦୁଖିଶାମ ସ୍ୱାଇଁ, ନାରାୟଣ ସ୍ୱାଇଁ,କୁନା ଦାଶ,ଶରତ ସାମଲ,ପହ୍ମନାଭ ବରାଳ ଓ ମିଶନ ଶକ୍ତି ପଞ୍ଚାୟତ ସଭାନେତ୍ରୀ ଆରତୀ ଦାସ, ଏମବିକେ କଳ୍ପନା ସେଠୀ ଙ୍କସହ ପଞ୍ଚାୟତ ର ସମସ୍ତ ସ୍ୱଂୟ ସହାୟକ ମା ମାନଙ୍କ ସହ ହଜାର ହଜାର ଗ୍ରାମବାସୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଗ୍ରାମ ପଞ୍ଚାୟତରେ ରେ ଶୁଭାରମ୍ଭ ହୋଇ ପଞ୍ଚାୟତ ର ସମସ୍ତ ଗ୍ରାମ ପରିକ୍ରମା କରି ଘରେ ଘରେ ବୁଲି ନାମ ସଂକୀର୍ତ୍ତନ କରିବା ସହ ମିଶନ ଶକ୍ତି ମା ମାନେ ହୁଳହୁଳି ଶଙ୍ଖ ବଜାଇ ପ୍ରତ୍ୟେକ ଙ୍କ ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରି ଆଣିଥିଲେ ।

Leave A Reply

Your email address will not be published.