ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ବିଧାୟିକା ଭାବେ ଶପଥ ନେଲେ ବ୍ରଜରାଜନଗର ଉପନିର୍ବାଚନର ନବ ନିର୍ବାଚିତ ବିଧାୟିକା ଅଳକା ମହାନ୍ତି । ଅପରାହ୍ନରେ ସେ ବ୍ରଜରାଜନଗର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ନେଇଛନ୍ତି। ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି। ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ହୋଇଥିଲା । ନିକଟତମ କଂଗ୍ରେସ ପ୍ରତିଯୋଗୀ କିଶୋର ପଟେଲଙ୍କୁ ହରାଇଥିଲେ ଅଳକା । ସ୍ବାମୀ ତଥା ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ବ୍ରଜରାଜନଗରରେ ହୋଇଥିଲା ଉପନିର୍ବାଚନ ।