ବେଆଇନ ଗୋ ଚାଲାଣ ପିକଅଫ୍ ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା, ରାସଗୋବିନ୍ଦପୁର ଓ ଶୁଳିଆପଦା ଥାନା ଅଞ୍ଚଳରେ ପ୍ରାୟତଃ ଚାରିଚକିଆ ଯାନରେ ବେଆଇନ୍ ଭାବେ ଛେଳି, ମେଣ୍ଢା ଓ ଗୋରୁ ଚାଲାଣ ହେଥିବା ଅଭିଯୋଗ ହୋଇଆସୁଛି। ତେବେ ଚାରି ଚକିଆ ଯାନରେ ଚାଲାଣ ବେଳେ ସରକାରୀ ନିୟମର ପାଳନ ହେଥିନବା ସାଙ୍ଗକୁ ଅତିନୃଶଂସ ଭାବେ ଲୋଡ କରାଯାଉଛି। ଫଳରେ ଅଣନିଃଶ୍ବାସୀ ହୋଇ ଅନେକ ସମୟରେ ଯନ୍ତ୍ରଣାଦାୟକ ମୃତ୍ୟୁବରଣ କରୁଥିବା ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି।

ତେବେ ମୋରଡା ତଥା ଚିତ୍ରଡା ଫାଣ୍ଡି ଅଧୀନ ଝିଙ୍କିରିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ବେଆଇନ୍ ଗୋରୁ ଗାଡି ଜବତ ହୋଇଛି | ସୂଚନା ଅନୁଯାୟୀ,ଆଜି ଭୋର ପାଞ୍ଚଟା ସମୟରେ ବୈଶିଙ୍ଗା-ଝିଙ୍କିରିଆ ରାସ୍ତା ଦେଇ ଏକ ବେଆଇନ ଗୋରୁ ବୋଝେଇ ପିକଅପ (ଓଡି-୦୧ଏଡି-୪୬୭୨) ପଶ୍ଚିମବଙ୍ଗକୁ ଯାଉଥିବା ବେଳେ ସନ୍ଦେହ କରି ଝିଙ୍କିରିଆ ଗ୍ରାମର ସବ୍ୟସାଚୀ ବେହେରା, ରିଙ୍କୁ ଗିରି ଏବଂ ଭଞ୍ଜସେନା ଯୁବନେତା ଆଲୋକ ବେହେରା ପିକଅପଟିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ମାତ୍ର ପିକଅପଟି ଅଟକିନଥିଲା | ତେଣୁ ପିକଅପକୁ ଗ୍ରାମବାସୀ ପିଛା କରି ଭଡ଼ରାନଣ୍ଡା ନିକଟରେ କାବୁ କରିଥିଲେ ହେଲେ ଘଟଣାସ୍ଥଳରୁ ଡ୍ରାଇଭରଙ୍କ ସମେତ ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି | ତେବେ ଡ୍ରାଇଭର ପାଖରେ ମାରଣାସ୍ତ୍ର ଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ଲୋକେ । ପରେ ପରେ ମୋରଡା ଥାନା ଏବଂ ଚିତ୍ରଡା ଫାଣ୍ଡିକୁ ଖବର ଦେବାରୁ ମୋରଡା ଥାନା ଏସଆଇ ବିଦ୍ୟାଧର ବେହେରା, ଏଏସଆଇ ଦୀନବନ୍ଧୁ ଏବଂ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ଘଟଣାସ୍ଥଳରେ ପହଁଚି ଉକ୍ତ ପିକଅପଟିକୁ ଜବତ କରି ଚିତ୍ରଡା ଫାଣ୍ଡିକୁ ଆଣିଥିଲେ |

ପିକଅପରେ ମୋଟ ୨୦ଟି ଗାଈଗୋରୁ ଥିବା ବେଳେ ଗୋଟେ ଗୋରୁର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି | ସେହିପରି ଅନ୍ୟ ସମସ୍ତ ଗାଈଗୋରୁଙ୍କ ଗୋଡ଼ ଦୌଡ଼ିରେ ବନ୍ଧା ହୋଇଥିବା ବେଳେ ସମସ୍ତ ଗାଈଗୋରୁଙ୍କୁ ସୁରକ୍ଷିତ ଭାବେ ପିକଅପରୁ ଅହ୍ଲାଇ ଚିତ୍ରଡା ଫାଣ୍ଡିରେ ରଖିଥିବାର ଜଣାପଡିଛି | ତେବେ ଭଞ୍ଜସେନା ଯୁବନେତା ଆଲୋକ ବେହେରା ଦୈନନ୍ଦିନ ଗୋରୁ ଚାଲାଣ ପାଇଁ ଝିଙ୍କିରିଆ ନିକଟରେ ଏକ ଚେକଗେଟରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ କରି କହିବା ସହିତ ଡ୍ରାଇଭର ଏବଂ ଅନ୍ୟ ଦୁଇଜଣ ଫେରାର ହେବାରେ ସେ ସହଯୋଗ କରିଛନ୍ତି ବୋଲି କହିଛନ୍ତି | ପିକଅପ୍ ଗାଡିରେ ଅମାନସିକ ଭାବେ ଦୟନୀୟ ଅବସ୍ଥାରେ ମାତ୍ରାଧିକ ସଂଖ୍ୟାରେ ଗୋରୁ ବୋଝେଇ କରି ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ସମସ୍ତ ଗାଈଗୋରୁକୁ ପ୍ରାଥମିକତା ଚିକିତ୍ସା କରାଇଥିବା ବେଳେ ପରେ ବାଲେଶ୍ଵର ଗୋଶାଳାକୁ ପଠାଯିବାର ପଦକ୍ଷେପ ନେବାନେଇ ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।

Leave A Reply

Your email address will not be published.