ଚୋରା ବିଦେଶୀ ମଦ ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚୋରା ବିଦେଶୀ ମଦ ଜବତ। ବାଲେଶ୍ୱର ଜିଲ୍ଲା ସୋର ପୁଲିସ ତରଫରୁ ଅସିମିଳା ଗ୍ରାମରେ ଚଢ଼ାଉ କରି ବିଦେଶୀ ମଦ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଏହି ଗ୍ରାମର ଜଗନ୍ନାଥ ଚକ୍ରବର୍ତ୍ତୀ ନାମକ ଜଣେ ଚୋରା ମଦ ବେପାରୀ ମଦ ବିକ୍ରି କରୁଥିବା ଖବର ପାଇ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶରେ ପୁଲିସ ଚଢ଼ାଉ କରି ୧୩ ଲିଟର ବିଦେଶୀମଦ ଜବତ କରିଥିବା ବେଳେ ଜଗନ୍ନାଥକୁ ଗିରଫ କରିଥିଲେ।

ଏ ବାବଦରେ ଥାନାରେ ୧୯୭/୨୪ ରେ ଏକ ମାମଲା ରୁଜ୍ଜୁ କରି ସୋର ମେଡ଼ିକାଲରେ ଡାକ୍ତରୀ ମାଇନା ପରେ ପୁଲିସ ତାକୁ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.