ଖୋଲା ଟ୍ରାନ୍ସଫରମର ବିଦ୍ୟୁତ୍ ଆଘାତରେ ଗାଈ ମୃତ,ମହିଳା ଆହତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣତ୍ରି ପଞ୍ଚାୟତ ରଂଗପତି ଗ୍ରାମରେ ଏକ ଖୋଲା ଟ୍ରାନ୍ସଫର୍ମର ଯୋଗୁଁ ବିଦ୍ୟୁତ୍ ଆଘାତ କାରଣରୁ ଏକ ଗାଈର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇ ଅଳ୍ପକେ ବର୍ତ୍ତିି ଯାଇଥିବା ଜଣାପଡିଛି ।

ଗ୍ରାମ ମଧ୍ୟରେ ରାସ୍ତାକୁ ଲାଗି ଟ୍ରାନ୍ସଫର୍ମର ବସାଯାଇଥିବା ବେଳେ ଏହାର କୌଣସି ସୁରକ୍ଷା ପାଇଁ ଆବଦ୍ଧ କରାଯାଇ ନଥିବାରୁ ଏହି ଦୁର୍ଘଟଣା ବାରମ୍ବାର ଘଟୁଛି । ଗ୍ରାମବାସୀମାନେ ଏହାକୁ ତୁରନ୍ତ ସ୍ଥାନାନ୍ତର ପାଇଁ ଦାବି କରି ରାସ୍ତା ଅବରୋଧ କରିଥିବା ଦେଖାଯାଇଥିଲା । ଟ୍ରାନ୍ସଫର୍ମରଟି ଖୋଲା ଧହିଥିବା କାରଣରୁ ଆଜି ସକାଳେ ଏଠାରେ ବିଦ୍ୟୁତ୍ ଆଘାତରେ ଏକ ଗାଈର ମୃତ୍ୟୁ ହୋଇଥିଲାବେଳେ ଜଣେ ମହିଳା ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଏହି ଗ୍ରାମର ଅଶୋକ ଜେନାଙ୍କ ସ୍ତ୍ରୀ ଲିପା ଜେନା ସକାଳେ ତାଙ୍କ ଗାଈକୁ ନେଇ ନିକଟସ୍ଥ ପଡ଼ିଆକୁ ଯାଉଥିଲେ ।

ଏହି ସମୟରେ ରାସ୍ତା କଡ଼ରେ ଥିବା ଏହି ଅସୁରକ୍ଷିତ ଟ୍ରାନ୍ସଫର୍ମରରୁ ବାହାରିଥିବା ଏକ ତାର ତାଙ୍କ ଗାଈ ଦେହରେ ଲାଗିଯିବାରୁ ଗାଈଟି ବିଦ୍ୟୁତ୍ ଆଘାତର ଶିକାର ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଲିପା ଗାଈକୁ ରକ୍ଷା କରିବାକୁ ଯାଇ ବିଦ୍ୟୁତ ଆଘାତରେ ଆହତ ହୋଇଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇବା ସହିତ ବିଦ୍ୟୁତ୍ ବିଭାଗର ଅବହେଳା ବିରୋଧରେ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୁଲିସ ଓ ବିଦ୍ୟୁତ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

Leave A Reply

Your email address will not be published.