୬ ଜିଲ୍ଲାରେ ଗୁରୁବାର ଅସରାଏ ବର୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଫେବୃଆରୀ ମାସ ଶେଷ ହେବାକୁ ବସିଲାଣି। ଧିରେ ଧିରେ ବଦଳୁଛି ପାଣିପାଗ। ଗତ ୨ ଦିନ ଧରି ଦିଲ୍ଲୀ-ଏନସିଆରରେ ଥଣ୍ଡା କୋହଲା ପବନ ପ୍ରବାହିତ ହେଉଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ତେବେ ଅନ୍ୟପଟେ,  ୬ ଜିଲ୍ଲାରେ ଗୁରୁବାର ଅସରାଏ ଲେଖାଏଁ ହାଲୁକା ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ଥାନେ ସ୍ଥାନେ ଗୁରୁବାର ଦିନ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଏହାପରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଆଉ କୌଣସି ବର୍ଷା ପାଗ ନାହିଁ ।

ଏହାପରେ ୪ରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ତେବେ ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ତାପମାତ୍ରା ୩୫.୪ ଡିଗ୍ରୀ ସେଲ୍‌ସିୟସ ଥିଲା । ବାକି ସବୁଠି ପାରଦ ୩୫ ଡିଗ୍ରୀ ତଳେ ରହିଥିଲା । ମାଲକାନଗିରି, ଟିଟିଲାଗଡ଼, ଭବାନୀପାଟଣା, ବଲାଙ୍ଗୀର, ବୌଦ୍ଧ, ରାୟଗଡ଼ା, ନବରଙ୍ଗପୁର ଦିନ ତାପମାତ୍ରା ୩୪ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଥିଲା ।

Leave A Reply

Your email address will not be published.