ଅବକାରୀ କାର୍ଯ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଢେଙ୍କାନାଳ କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।  ନିଆଁରେ୧୦ରୁ ଅଧିକ ବାଇକ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି |

ସୂଚନା ମୂତାବକ ମଙ୍ଗଳବାର ବିଳମ୍ବିତ ରାତିରେ କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟର ପଛ ପାଖରେ ନିଆଁ ଲାଗିଯାଇଥିଲା। ଅଳ୍ପ ସମୟ ଭିତରେ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। ଫଳରେ କାର୍ଯ୍ୟାଳୟରେ ଥିବା ୧୦ରୁ ଅଧିକ ବାଇକ୍ ଜଳିପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ଦୀର୍ଘ ସମୟ ପରିଶ୍ରମ କରିବା ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ।

କାର୍ଯ୍ୟାଳୟରେ ନିଆଁ ଲାଗିବା ସମୟରେ ଅବକାରୀ କର୍ମଚାରୀମାନେ ଚଢ଼ାଉ ପାଇଁ ବାହାରକୁ ଯାଇଥିଲେ। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ।ତେବେ କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟରେ ନିଆଁ କିପରି ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅବକାରୀ କାର୍ଯ୍ୟାଳୟ ପରିସରରେ ଜବତ ହୋଇ ରହିଥିବା ବାଇକ୍‌ ଗୁଡ଼ିକ ଜଳି ପୋଡ଼ି ପାଉଶଁ ହୋଇଯାଇଥିଲା।

Leave A Reply

Your email address will not be published.