ହିମାଚଳ ପ୍ରଦେଶରେ ରାଜନୈତିକ ସଙ୍କଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହିମାଚଳ ପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଯାଇଛି। ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ପରେ ରାଜନୀତି ହଲଚଲ । କଂଗ୍ରେସ ସରକାରଙ୍କ ପାଖରେ ବହୁମତ ନଥିବା ଦର୍ଶାଇ ରାଜ୍ୟପାଳଙ୍କ ଫେରାଦ ହେଲା ବିଜେପି ।

ତେବେ ସୂଚନା ମୁତାବକ, ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ୧୫ ଭାରତୀୟ ଜନତା ପାର୍ଟି ବିଧାୟକଙ୍କୁ ନିଲମ୍ବିତ କରି ଗୃହକୁ ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ରାଜ୍ୟରେ ବିରାଟ ରାଜନୈତିକ ଅସ୍ଥିରତା ଚାଲିଛି। କଂଗ୍ରେସ ସରକାରଙ୍କ ଉପରେ ସଙ୍କଟ ଦେଖାଦେଇଛି। ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୬ ଜଣ ବିଧାୟକ କ୍ରସ୍‌ ଭୋଟିଂ କରିଥିବା କୁହାଯାଉଛି। ଯାହା ପରେ ଏହି ସବୁ ଘଟଣା ଆରମ୍ଭ ହୋଇଛି। ବିରେୋଧୀ ଦଳ ନେତା ଜୟରାମ ଠାକୁର କହିଛନ୍ତି, “ଗତ କିଛିଦିନ ଧରି ବିଧାନସଭାରେ ଯେଉଁ ଘଟଣାକ୍ରମ ଚାଲିଛି ସେ ବିଷୟରେ ଆମେ ରାଜ୍ୟପାଳଙ୍କୁ ଅବଗତ କରାଇଲୁ । ରାଜ୍ୟସଭା ନିର୍ବବାଚନରେ ଯେଉଁ ପରିଣାମ ଆସିଲା ଏବଂ ଯାହା ବର୍ତ୍ତମାନ ସ୍ଥିତି ରହିଛି ତାହାକୁ ଦେଖିଲେ କଂଗ୍ରେସ ସତ୍ତାରେ ରହିବା ପାଇଁ ଅଧିକାର ନାହିଁ । କଂଗ୍ରେସ ଆମ ପାଇଁ ନୁହେଁ ବରଂ ନିଜ ପାଇଁ ଆଜି ସଙ୍କଟରେ ରହିଛନ୍ତି ।”

ବିଜେପି ନେତା ଜୟରାମ ଠାକୁର ଆହୁରି ମଧ୍ୟ କହିଛନ୍ତି, ହିମାଚଳ ପ୍ରଦେଶରେ ଯେଉଁ ଘଟଣାବଳୀ ରହିଛି, ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ଏହା କହି ପାରିବା ଯେ ରାଜ୍ୟ ସରକାର ସତ୍ତାରେ ରହିବା ପାଇଁ ନୈତିକ ଅଧିକାର ହରାଇ ସାରିଛନ୍ତି । ଆମେ ଭାବୁଛି ଯେ, ସେମାନେ ବିଧାନସଭାରେ ବିଜେପି ବିଧାୟକଙ୍କୁ ନିଲମ୍ବନ କରିପାରନ୍ତି । ଗତକାଲି ବିଜେପିକୁ ଭୋଟ୍ ଦେଇଥିବା କଂଗ୍ରେସ ବିଧାୟକଙ୍କୁ ନୋଟିସ୍ ଜାରି କରାଯାଇଛି । ବିଧାନସଭାରୁ ସେମାନଙ୍କୁ ସସପେଣ୍ଡ କରାଯାଇପାରେ ।

Leave A Reply

Your email address will not be published.