ଭାରତୀୟ ନୌସେନା ପକ୍ଷରୁ ଏକ ବିଦେଶୀ ବୋଟ୍‍ ଠାବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ର ମିଳିତ ଅପରେସନରେ ମଙ୍ଗଳବାର ଦିନ (୨୭ ଫେବ୍ରୁଆରୀ) ଗୁଜୁରାଟ ଉପକୂଳରୁ ପ୍ରାୟ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ନେଇ ଯାଉଥିବା ଏକ ସନ୍ଦିଗ୍ଧ ଡଙ୍ଗାକୁ ଧରାଯାଇଛି। ଭାରତୀୟ ନୌସେନା ଏକ ବିୟାନରେ କହିଛି ଯେ ନିକଟ ଅତୀତରେ ପରିମାଣ ଦୃଷ୍ଟିରୁ ଏହି ଜବତ୍ ହେଉଛି ସବୁଠାରୁ ବଡ଼ ଆକ୍ସନ।

ବୋଟି ଇରାନରୁ ଆସିଥିବା ଜଣାପଡିବା ପରେ ନୌସେନା ଅଧିକାରୀ ମାନେ ଏହାକୁ ତନତନ କରି ଯାଞ୍ଚ କରିଛନ୍ତି । ଅନେକ ସମୟ ଖୋଜାଖୋଜି କରିବା ପରେ ବୋଟ ଭିତରୁ ଯାହା ମିଳିଛି ତାହାକୁ ଦେଖିବା ପରେ ନୌସେନା ଅଧିକାରୀ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ବୋଟ ଭିତରୁ କୋଟି କୋଟି ଟଙ୍କାର ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯାଇଛି । ଏହାର ମୂଲ୍ୟ ହଜାରେ କୋଟିରୁ ଅଧିକ ହେବ ବୋଲି କୁହାଯାଇଛି । ମଙ୍ଗଳବାର ଗୁଜୁରାଟ ଉପକୂଳରେ ଆତଙ୍କବାଦୀ ବିରୋଧୀ ସ୍କ୍ୱାର୍ଡ, ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଅପରେସନରେ ଏହି ଇରାନୀୟ ବୋଟକୁ ଅଟକାଇଥିଲେ ।

୪ଜଣ ଇରାନ ସଦସ୍ୟଙ୍କୁ ଅଟକ ରଖିବା ସହ ହଜାରେ କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ ସାମଗ୍ରୀ ଜବତ କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହି ବୋଟକୁ ପୋରବନ୍ଦର ଆଡକୁ ଅଣାଯାଉଛି । ଇରାନ ବୋଟରୁ ୩ହଜାର କିଲୋଗ୍ରାମରୁ ଅଧିକ ଡ୍ରଗ୍ସ ଜବତ କରାଯାଇଛି । ଆରବସାଗରରୁ ଗୁଜୁରାଟ ଏଟିଏସ୍‍ ଏବଂ ଏନସିବି ସମେତ ସୁରକ୍ଷା ଏଜେନ୍ସିର ମିଳିତ ଉଦ୍ୟମରେ ଏତେ ପରିମାଣର ଡ୍ରଗ୍ସ ଜବତ କରିବାରେ ସଫଳତା ମିଳିଛି ।

Leave A Reply

Your email address will not be published.