ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ବୁଧବାର ସକାଳୁ ସକାଳୁ ବିଲ୍‌ ଗେଟ୍‌ସ ଲୁମ୍ଵିନୀ ବିହାର ମା’ ମଙ୍ଗଳା ବସ୍ତିକୁ ଗସ୍ତ କରିଛନ୍ତି । ସେଠାରେ ଘରକୁ ଘର ଯାଇ ବସ୍ତି ବାସିନ୍ଦାଙ୍କୁ ଭେଟି ଆଲୋଚନା କରୁଛନ୍ତି ମାଇକ୍ରୋସପ୍ଟର ସହ ପ୍ରତିଷ୍ଠାତା।

ଆଜି ଭୁବନେଶ୍ବରେ ତାଙ୍କର ଏକାଧିକ କାର୍ଯ୍ୟକ୍ରମ ରହିଥିବା ବେଳେ ସକାଳୁ ସକାଳୁ ମଙ୍ଗଳା ବସ୍ତି ବୁଲିଛନ୍ତି ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା । ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳର ମଙ୍ଗଳା ବସ୍ତି ବୁଲି ଦେଖିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ସୂଚନା ଅନୁସାରେ, ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳର ମଙ୍ଗଳା ବସ୍ତିରେ ପହଞ୍ଚି ଥିଲେ ବିଲଗେଟ୍ସ । ନିଜର ଅଫିସିଆଲ୍ ଓ ଓଡ଼ିଶାର କିଛି ଆଇଏଏସ ଅଧିକାରୀଙ୍କ ସହ ମିଶି ବସ୍ତି ବୁଲି ଦେଖିଛନ୍ତି । ଏହାସହ ସ୍ଥାନୀୟ ଅଧିବାସୀଙ୍କ ସହିତ ଆଲୋଚନା କରି ବସ୍ତିର ହାଲ ଚାଲ ବୁଝିବା ସହ ଉନ୍ନତି ନେଇ ପଚାରି ବୁଝିଥିବା ସୂଚନା ରହିଛି ।

ତେବେ ବିଲ୍ ଗେଟ୍ସ,ବସ୍ତି ବୁଲିବା ପୂର୍ବରୁ ମଙ୍ଗଳବାର ବିଏମସି ଏବଂ ବରିଷ୍ଠ ଅଧିକାରୀମାନେ ବସ୍ତି ବୁଲି ଦେଖିଥିଲେ । ଆଜି ଭୁବନେଶ୍ବର କୃଷି ଭବନରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ । ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ପ୍ରାୟ 12 ଟା ସମୟରେ ନବୀନ ନିବାସ ଯିବେ ବିଲଗେଟ୍ସ । ଏହି ଗସ୍ତ ସମୟରେ ସେ କୃଷକମାନଙ୍କର କୃଷି ଶୈଳୀ ବିଷୟରେ ଆଲୋଚନା କରିବେ । ବିଶେଷ କରି ଓଡିଶା କୃଷି ବିଭାଗ ଦ୍ଵାରା କୃଷି କ୍ଷେତ୍ରରେ AI ବ୍ୟବହାର କିଭଳି କରାଯାଉଛି, ତାର ସମୀକ୍ଷା କରିବେ ବିଲ୍‌ ଗେଟ୍ସ । ଭୁବନେଶ୍ୱରରେ ଏକ ଘରୋଇ ହୋଟେଲରେ କିସର ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ବିତାଇବେ।

Leave A Reply

Your email address will not be published.