ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ଚାରି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ୪ ଦିନିଆ ଗସ୍ତ କାଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, ଭୁବନେଶ୍ବର, କଟକ ଓ ସମ୍ବଲପୁରରେ ମହାମହିମଙ୍କ କାର୍ଯ୍ୟକ୍ରମ ରହିଛି ।  ଗସ୍ତ ସମୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଅପରାହ୍ଣରେ ସୁକ୍ରୁଲି ପାଣ୍ଡୁରସିଳୀ ଫୁଟବଲ ଗ୍ରାଉଣ୍ଡରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ମାଆ କିଚକେଶ୍ବରୀ ମନ୍ଦିର ପରିଦର୍ଶନ କରି ଆଶିଷ ଭିକ୍ଷା କରିବେ ।

ଏହାପରେ ଦୁଇ ଥାକିଆ ବାଇପାସରୋଡ, ରାଇରଙ୍ଗପୁରର ସ୍ପୋର୍ଟସ କଂପ୍ଲେକ୍ସର ଶିଳାନ୍ୟାସ କରିବେ। ଭର୍ଚୁଆଲରେ ବାରସାହିରେ ଏକଲବ୍ୟ ମୋଡେଲ ରେସିଡେଣ୍ଟାଲ ସ୍କୁଲର ଶିଳାନ୍ୟାସ କରିବେ । ପ୍ରଥମେ ଝାଡଖଣ୍ଡ ଆସି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାପରେ ଗୃହ ଜିଲ୍ଲା ମୟୂରଭଞ୍ଜ ଗସ୍ତ କରିବେ । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କୀଚକେଶ୍ବରୀ ମନ୍ଦିର ପହଞ୍ଚି ସେଠାରେ ମା’ଙ୍କ ଦର୍ଶନ ସହିତ ସେଠାରେ ଅନ୍ନପ୍ରସାଦ ସେବନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଇରଙ୍ଗପୁରରେ ଜୋରଦାର ପ୍ରସ୍ତୁତି ଚାଲିଛି ।

ସୁରକ୍ଷା ଦୃଷ୍ଟକୋଣରୁ ସାରା ରାଇରଙ୍ଗପୁରକୁ ପୋଲିସ ଛାଉଣୀରେ ରଖାଯାଇଛି । ସେପଟେ କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭ୍ରାଟ ନ ହେବା ପାଇଁ ଡିଜି ଲଗାଯାଇଛି । ଆଜି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଞ୍ଚି ଏୟାରପୋର୍ଟରୁ ବାହାରି ଅପରାହ୍ନ ୨.୩୦ଟାରେ ଖିଚିଂ ସ୍ଥିତ ପାଣ୍ଡରଶିଳ ଅସ୍ଥାୟୀ ହେଲିପ୍ୟାଡ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରିକେଡ ଯୋଗେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କୀଚକେଶ୍ବରୀ ମନ୍ଦିର ପହଞ୍ଚି ସେଠାରେ ମା’ଙ୍କ ଦର୍ଶନ ସହିତ ସେଠାରେ ଅନ୍ନପ୍ରସାଦ ସେବନ କରିବେ । ପରେ ସେଠାରୁ ହେଲିକପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଗସ୍ତ କରିବେ । କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ଵରେ ହେବାକୁ ଥିବା ହଲି ଡେ’ ହୋମର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରୁ ସେ ଭିସି ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ଏହାପରେ ସିଧାସଳଖ ହଲି ଡେ’ ହୋମର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଭର୍ଚ୍ଚୁଆଲ ମାଧ୍ୟମରେ ବାଇଦାପୋଷି ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଆଦିବାସୀ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁରରେ ୨୨୦ ନଂ ଜାତୀୟ ରାଜପଥ ଉପରେ ଦୁଇ ଲେନ ବିଶିଷ୍ଟ ବାଇପାସ୍ ରୋଡ ନିର୍ମାଣ, ରାଇରଙ୍ଗପୁରରୁ ଯଶିପୁର ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥର ଷ୍ଟ୍ରେଚ୍ ମଜଭୁତ ସହ ପ୍ରଶସ୍ତିକରଣ ଓ ବଡ଼ସାହି ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶୁଭ ଉଦଘାଟନ କରିବେ । ସେଥିପାଇଁ ସୁରକ୍ଷା ଦୃଷ୍ଟକୋଣରୁ ସାରା ରାଇରଙ୍ଗପୁରକୁ ପୋଲିସ ଛାଉଣୀରେ ରଖାଯାଇଛି । ସେପଟେ କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭ୍ରାଟ ନ ହେବା ପାଇଁ ଡିଜି ଲଗାଯାଇଛି ।

Leave A Reply

Your email address will not be published.