ରାଇରଙ୍ଗପୁର ବ୍ଲକ ପରିସରରେ ମିଶନ ଶକ୍ତିଙ୍କର ନିଆରା କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ବ୍ଲକ ପରିସରରେ ମିଶନ ଶକ୍ତିଙ୍କର ନିଆରା କାର୍ଯ୍ୟକ୍ରମ | ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମିଶନ ଶକ୍ତିଙ୍କୁ ଆହୁରି ଶସକ୍ତ କରିବା ନିମନ୍ତେ ଶୂନ୍ୟ ଶତକଡା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ, ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ, ୭୩୦ କୋଟି ଟଙ୍କାର ୟୁନିଫର୍ମ ଓ ବ୍ଲେଜର ସହାୟତା ଓ ମିଶନ ଶକ୍ତି ବଜାରର ଶୁଭାରମ୍ଭ କରିଥିଲେ |

ଏହି ଅବସରରେ ରାଇରଙ୍ଗପୁର ବ୍ଲକ ପରିସରରେ ଏକ ନିଆରା କାର୍ଯ୍ୟକ୍ରମ ବିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଭାପତି ରୂପେ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନରଂଜନ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସମ୍ମାନିତ ଅତିଥି ଭାବେ ୪୫ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସଚ୍ଚିଦାନନ୍ଦ ମହାନ୍ତ, ୪୬ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଲିପିକା ମଣ୍ଡଳ, ମ୍ୟୁନିସିପାଲିିଟି କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ବ୍ଲକସ୍ତରୀୟ ମହାସଂଘ ଶାନ୍ତିଲତା ପାତ୍ର, ସିଡିପିଓ କୁଲିମଣି ଟୁଡୁ, ରାଇରଙ୍ଗପୁର ବ୍ରାଞ୍ଚ ଓ ଇଚିଣ୍ଡା ବ୍ରାଞ୍ଚ ବ୍ୟାଙ୍କ ଅଫ୍ ଇଣ୍ଡିଆ ମ୍ୟାନେଜର, ରାଇରଙ୍ଗପୁର ବ୍ରାଞ୍ଚ ଏସବିଆଇ ମ୍ୟାନେଜର , ବିପିଏମ ଶାନ୍ତନୁ କୁମାର ସାହୁ ଓ ବିପିଏ ରେବତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ସଭାପ୍ରାରମ୍ଭରେ ଅତିଥିଗଣ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ | ଏହାପରେ ସଭାପତି ତାଙ୍କ ବକ୍ତବ୍ୟରେ ସଶକ୍ତ ମହିଳା ,ସଶକ୍ତ ଓଡିଶା ଉପରେ ବିଭିନ୍ନ ଯୋଜନାର ଆଲୋଚନା ରଖିଥିଲେ |

ତଦପରେ ୪୫ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସଚ୍ଚିଦାନନ୍ଦ ମହାନ୍ତ, ୪୬ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଲିପିକା ମଣ୍ଡଳ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ସିଡିପିଓ କୁଲିମଣି ଟୁଡୁ ମିଶନ ଶକ୍ତି ଉପରେ ସୁଚିନ୍ତିତ ବକ୍ତବ୍ୟ ଦେବା ପରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଏସବିଆଇ ମ୍ୟାନେଜର ମିଶନ ଶକ୍ତି ମାମାନଙ୍କୁ ଋଣ ଦେଣନେଣ ସଂପର୍କରେ ବୁଝାଇଥିଲେ | ଏହାପରେ ୫୨୯ ଟି ସ୍ବୟଂ ସହାୟକ ଗୋଷ୍ଠୀ କୁ ସୁଧ ଫେରସ୍ତ କରାଗଲା | ଏହି ଭବ୍ୟ ସଭାକୁ ବିପିଏମ ଶାନ୍ତନୁ କୁମାର ସାହୁ ଓ ବିପିସି ସ୍ବର୍ଣ୍ଣପ୍ରିୟା ସାହୁ ପରିଚାଳନା କରିଥିଲା ବେଳେ ବିପିଏମ ଶାନ୍ତନୁ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ବୈଠକରେ ରାଇରଙ୍ଗପୁର ବ୍ଲକର ୯ଟି ପଞ୍ଚାୟତରୁ ଜିପିଏଲଏଫ୍ କର୍ମକର୍ତ୍ତା, ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର ତଥା ରାଇରଙ୍ଗପୁର ମ୍ୟୁନିସିପାଲିଟି ରୁ ସମସ୍ତ ଏଏଲଏଫ୍ ର ସଭାପତି ଓ ସଂପାଦକ ସହିତ ସୁଧ ଫେରସ୍ତ ପାଇବାକୁ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ |

Leave A Reply

Your email address will not be published.